ପାଟନାରେ ଏମ୍ସ ଛାତ୍ର ମୃତୁ୍ୟ ଘଟଣାରେ କେନ୍ଦ୍ରୀୟ ତଦନ୍ତ ଦାବି

 ଢେଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକର ବୈଦ୍ୟ କଟେଣୀ ଗ୍ରାମର ସ୍ୱର୍ଗତ ଉପେନ୍ଦ୍ର ସାହୁଙ୍କ ଜ୍ୟଷ୍ଠ ପୁତ୍ର ଡ.ଯାଦବେଦ୍ର ସାହୁ ଏମ୍ବିବିଏସ ପରୀକ୍ଷାରେ କୃତକାର୍ଯ୍ୟ ପରେ ବିହାରର ପାଟନା ଠାରେ ପିଜି ପାଠ୍ୟକ୍ରମରେ ଚଳିତ ବର୍ଷ ଜାନୁୟାରୀ ମାସରେ ନାମ ଲେଖାଇଥିଲେ  । ଚଳିତ ମାସ ୧୮ ତାରିଖରେ ସ୍ୱର୍ଗତ ଡ଼ା ଯାଦବେନ୍ଦ୍ର ସାହୁ ହଷ୍ଟେଲରେ ଥିବା ସମୟରେ ତାଙ୍କର ମୃତୁ୍ୟ ହୋଇଥିଲା  । ତାଙ୍କର ମୃତୁ୍ୟର ଗୋଟିଏ ଦିନ ପରେ ଯାଦବେନ୍ଦ୍ରଙ୍କ ପରିବାର କୁ ଏମ୍ସ ତରଫରୁ ସୂଚନା ଦିଆଯାଇଥିଲା  । ପରିବାର ସେଠାରେ ୨୦ ତାରିଖ ରେ  ପହଞ୍ଚିବା ପରେ ଏମ୍ସ ତରଫରୁ କୌଣସି ସହଯୋଗ କରାଗଲା ନାହିଁ  । ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୋନ୍ ଯୋଗେ ପରିବାର ସଙ୍ଗେ କଥା ହୋଇ ମେଡ଼ିକାଲ୍ କର୍ତ୍ତୃପକ୍ଷ ଓ ବିହାର ପ୍ରଶାସନଙ୍କ ସଙ୍ଗେ ଯୋଗାଯୋଗ କରିବା ପରେ ଡ଼ା ଯାଦବେନ୍ଦ୍ରଙ୍କ ପାର୍ଥିବ ଶରୀରକୁ ପରିବାରକୁ ହସ୍ତାନ୍ତର କରାଯାଇ ଗ୍ରାମକୁ ପଠାଯାଇଥିଲା  । ଏହି ମୃତୁ୍ୟ ର କାରଣ ଆତ୍ମହତ୍ୟା ବୋଲି ମେଡ଼ିକାଲ୍ ତରଫରୁ କୁହାଯାଉ ଥିଲେ ମଧ୍ୟ ପାରିପାର୍ଶିକ ଅବସ୍ଥା ଦେଖି ତାହା ଏକ ସୁପରିକଳ୍ପିତ ହତ୍ୟା ହୋଇଛି ବୋଲି ପରିବାର ତରଫରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଛି  । ତଦନ୍ତ ଠିକ୍ ଭାବେ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିପାରିବ ବୋଲି ପରିବାର ପକ୍ଷରୁ କୁହାଯାଇଛି  । ମୁଖ୍ୟମନ୍ତ୍ରୀ କୌଣସି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ନିରପେକ୍ଷ ତଦନ୍ତ କରିବାକୁ  ପରିବାର ଲୋକେ ଅନୁରୋଧ କରିଛନ୍ତି  । ଡ଼ା ଯାଦବେନ୍ଦ୍ର ତାଙ୍କ ପରିବାର ର ଏକ ମାତ୍ର ଆଶା ଓ ଭରସା ଥିବା ଦୃଷ୍ଟିରୁ ରାଜ୍ୟ ସରକାର ଅତିକମ୍ରେ ୫୦ ଲକ୍ଷ ଟଙ୍କା ର ଅନୁକମ୍ପା ଘୋଷଣା କରିବା ପାଇଁ ଢେଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି  ।