ଶ୍ରମ ଆଇନ ଉପରେ  ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର :   ଶ୍ରମ ବିଭାଗ, ଓଡିଶା ଦ୍ୱାରା ବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ଏକ ୩  ଦିନିଆ ତାଲିମ କାର୍ଯକ୍ରମ ରାଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ କକ୍ଷରେ ଉଦଯାପିତ ହୋଇଯାଇଛି । ଏହି ତାଲିମ କାର୍ଯକ୍ରମକୁ ୨୯ ତାରିଖରେ ଶ୍ରମ ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ଉଦଘାଟନ କରିଥିଲେ । ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ର୍ନିେଶକ, ରାଜ୍ୟ ଶ୍ରମ ସଂସ୍ଥାନ ନୀତି ରଞ୍ଜନ ଶେନ ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ।  ଯୁଗ୍ମ ଶ୍ରମ ଆୟୁକ୍ତ ବିଘ୍ନଜିତ ମହନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ  । 
ଏହି କାର୍ଯକ୍ରମରେ ନରେଶ ଚନ୍ଦ୍ର ସାହୁ, ଡ. ବିଜଯ କୁମାର ସୁନ୍ଦରାୟ,  ଭାରତୀ ସିଠା, ଗୌରବ ମହାନ୍ତି, ପ୍ରଶାନ୍ତ କୁମାର ନନ୍ଦ ଓ ଡ. ସୋହିନୀ ମହାପାତ୍ର ପ୍ରମୁଖ ତାଲିମଦାତା ସହକାରୀ ଶ୍ରମ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।   ଉଦଯାପନୀ ଉସôବରେ କୃତକାର୍ଯ୍ୟ ହୋଇଥିବା ୪୦ ଜଣ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ଗ୍ରୁପ ଫଟୋ ଓ ପ୍ରମାଣପତ୍ର ଶ୍ରମ ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ,  ପ୍ରଦାନ କରିଥିଲେ  । ଅନ୍ୟାନ୍ୟ ଅତିଥି ଭାବେ ଅତିରିକ୍ତ ଶ୍ରମ ଆୟୁକ୍ତ ଘାସିରାମ  ଟୁଡୁ ଓ  ମଦନ ମୋହନ ପାଇକ,  ଯୁଗ୍ମ ଶ୍ରମ ଆୟୁକ୍ତ ବିଘ୍ନଜିତ ମହନ୍ତ ମହାପାତ୍ର ଇତ୍ୟାଦି ଉଦଯାପନୀ ଉସôବରେ ଉପସ୍ଥିତ ଥିଲେ  ।