ଲେଖାଶ୍ରୀଙ୍କ ପ୍ରତି ସନ୍ତୋଷଙ୍କ ମନ୍ତବ୍ୟ ମହିଳା କମିଶନଙ୍କୁ ଭେଟିଲା ବିଜେଡ଼ି


 ଭୁବନେଶ୍ୱର: ବିଜେଡ଼ି ଯେତେ ଚିକôାର କଲେବି ପୁଲିସ୍ ପକ୍ଷରୁ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ କିଛିବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ  । ବରିଷ୍ଠ ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହରାୟଙ୍କ ପ୍ରତି ସେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଦିଲ୍ଲୀରେ ଫେରାଦ ହୋଇଛି ବିଜୁ ଜନତା ଦଳ  । 
ଆଜି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦମାନଙ୍କ ସହ ଏକ ପ୍ରତିନିଧି ଦଳ ରାଷ୍ଟ୍ରୀୟ ମହିଳା କମିଶନଙ୍କୁ ଭେଟିଛନ୍ତି  । ବିଜେଡ଼ି ପକ୍ଷରୁ କୁହାଯାଇଛିଯେ, ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଆମ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ପ୍ରବକ୍ତା ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୁଦ୍ଧରେ ଦେଇଥିବା ଅଶାଳୀନ, ମହିଳା ବିରୋଧୀ ଓ କୁସôିତ ମନ୍ତବ୍ୟ ପାଇଁ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଓଡ଼ିଶାର ବିଜେପି ସରକାର ତଥା ପୋଲିସ ଏ ବିଷୟରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିବା ପ୍ରତିବାଦରେ ସ୍ମାରକ ପତ୍ର ପ୍ରଦାନ ସହିତ କମିଶନଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡିଥିଲେ  । ଏହି ପ୍ରତିନିଧି ମଣ୍ଡଳୀରେ ସାଂସଦ ଡ. ସସ୍ମିତ ପାତ୍ର, ସୁଲତା ଦେଓ,  ମାନସ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ, ନିରଂଜନ ବିଶି ଓ ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଥିଲେ  ।