ସଡକ ନିରାପତ୍ତା କମିଟି ବୈଠକ

 କେନ୍ଦ୍ରାପଡ଼ା : ଜିଲ୍ଲା ସ୍ତରୀୟ ସଡ଼କ ନିରାପତ୍ତା ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ରବୀନ୍ଦ୍ର କୁମାର ମଲ୍ଲିକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ ଧୀରେନ୍ଦ୍ର କୁମାର ନାୟକ, ରାସ୍ତା ଓ କୋଠାବାଡି ବିଭାଗର (୧) ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଜେନା, ଘରୋଇ ବସ ସଂଘର ଆର ଆର ଦାସ, ଓଡିଶା ରାଜ୍ୟ ସଡକ  ପରିବହନର ଆସିଷ୍ଟାଣ୍ଟ ମ୍ୟାନେଜର ଶଶୀକାନ୍ତ ସାହୁ, ଡିଏସପିଇ ଡିଆଇବି ଲକ୍ଷ୍ମୀ ନାରାୟଣ ତିୱାରୀ, କେନ୍ଦ୍ରାପଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ଜାତୀୟ ରାଜପଥର ସୁଜିତ କୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ )ଡ.ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବୈଠକରେ ମତ ରଖିଥିଲେ । ବୈଠକରେ ଦ୍ରୁତ ଗାଡି ଚାଳନ, ଓଭର ଲୋଡିଂ, ହେଲମେଟ ଚେକିଂ, ହମନ୍ସ ନିର୍ମାଣ, ସାଇନ ବୋର୍ଡ ଇତ୍ୟାଦି ବିଷୟରେ ଆଲୋଚନା ହେବା ସହିତ ଜନସାଧାରଣ ଭୟ ନ କରି ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବାକୁ  ଗୁରୁତ୍ୱ ଦିଆଯାଇଛି । ବିଦ୍ୟାଳୟ, ମହାବିଦ୍ୟାଳୟ ବ୍ୟତୀତ ସାଧାରଣ ଜନତାକୁ ସଡକ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।