ସବୁ ଇଚ୍ଛା ପୂର୍ଣ୍ଣ ନ ହେଉ

ଆଜ୍ଞା ନମସ୍କାର, 
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା ଜୀବନରେ କାହିଁକି ସବୁ ଇଚ୍ଛା ପୂର୍ଣ୍ଣ ନ ହେବା ଉଚିତ  । ସବୁଦିନ ଭଳି ଆଜିର ଅଳ୍ପ କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ, ବୁଝିବେ ବୋଲି ଆଶା  ।
ଆମର ଅନେକ ଇଚ୍ଛା ପୂରଣ ନ ହେବା ମଧ୍ୟ ଉଚିତ୍  । ନିଜର ସାଧନ, ସମାଜର ବର୍ଦ୍ଧନ, କାଳର ଆହ୍ୱାନ ଏବଂ ବଂଶ ମର୍ଯ୍ୟାଦା ଓ ସମ୍ମାନ- ଏ ସମସ୍ତେ ମଣିଷର ଇଚ୍ଛାକୁ ପୂରଣ କରାଇ ନ ଦେବା ପାଇଁ ପଘା ବାନ୍ଧି ମଣିଷକୁ ଅଟକାଇ ରଖନ୍ତି  । 
ଇଚ୍ଛା ଗୁଡିକ ମଧ୍ୟରୁ ଅନେକ ଗୁଡିଏ ପୂରଣ ହୋଇଯିବାରୁ ଲଙ୍କାପତି ରାବଣର ବିନାଶ ହେଲା  । ଇଚ୍ଛା ପୂରଣ କରିବା ପାଇଁ କଂସ ଦିନରାତି ଏକ କରି ଦେବାରୁ ତାର ବିନାଶ ହେଲା  । ଇଚ୍ଛା ପୂରଣ ପାଇଁ ମହାମାନୀ ଦୁର୍ଯ୍ୟୋଧନ ଯାବତୀୟ ସାମାଜିକ ସୀମା ଲଂଘିବାରୁ ହିଁ ତ ବିନାଶ ଗଲା ବୋଲି ଜାଣନ୍ତୁ  ।
ଏମିତି କୋତୋଟି ଉଦାହଣରକୁ ଆମେ ଆମକୁ ବୁଝିବାକୁ ହେବ ଯେ ଇଚ୍ଛା ଗୁଡିକୁ ବା ସ୍ୱପ୍ନ ସବୁକୁ ବାହୁବଳ, ଧନବଳ, ଗର୍ବ ମାଧ୍ୟମରେ ପୂରଣ କରାଯାଇପାରିବ ନାହିଁ  । ଇଚ୍ଛାଗୁଡିକ ପୂରଣ ହୋଇଗଲେ ବି ସବୁର ଶେଷ ତ କେବଳ ସୁଖଦ ନୁହଁ  । 
ମନୁଷ୍ୟର ଇଚ୍ଛା ଅସୀମ  । କିନ୍ତୁ ସାଧନ ଶକ୍ତି କ୍ଷମତା ଏ ସମସ୍ତ ଏକ ସୀମା ଭିତରେ ଆବଦ୍ଧ  । କିମ୍ବଦନ୍ତୀରେ ରାବଣ ଭଳି ଅସୀମ ବଳଶାଳୀ ମଧ୍ୟ ଜୀବନର ଅନେକ କ୍ଷେତ୍ରରେ ପରାଜୟର ସ୍ୱାଦ ଚାଖିଥିବା ଦେଖିବାକୁ ମିଳିଛି  । କେବଳ ଅହଙ୍କାର ଯୋଗୁଁ ନିଜ ଇଛା ପୂରଣ କରିବା ପାଇଁ ମନୁଷ୍ୟ ଚାହିଁଥାଏ ଏବଂ ଗୋଟିଏ ପୂରଣ ହୋଇଗଲେ ତା' ପଛକୁ ଆହୁରି ଅନେକ ଇଛା ଯୋଡି ହୋଇଯାଏ  । ଗାଡି କିଣି ଗାଡି ମାଲିକ ହବାର ଇଛା ପୂରଣ ହୋଇଯିବା ପରେ ଗାଡିକୁ ଚଲାଇବା ପାଇଁ ରୋଜଗାର କମ୍ ପଡେ  । ଗାଡିକୁ ରଖିବା ପାଇଁ ସ୍ଥାନ କମ୍ ପଡ?  । ଗାଡିର ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି କମ୍ ପଡ?  । ପଛକୁ ପଛ ଏହିଭଳି ଗୋଟିଏ ଗୋଟିଏ ସମସ୍ୟା ଗୋଟିଏ ଗୋଟିଏ ଇଛାରେ ପରିଣତ ହୋଇ ମନୁଷ୍ୟକୁ କେବଳ ମୋହଗ୍ରସ୍ତ ଏବଂ ବିପଥଗାମୀ ହିଁ କରାଏ  । ତେଣୁ ନିଜର ସାଧନକୁ ନେଇ ଇଚ୍ଛା ସବୁକୁ ସୀମିତ କରାଯାଇପାରିଲେ ମନୁଷ୍ୟ ଜୀବନରେ ସୁଖ ଶାନ୍ତି ପାଇଥାଏ  ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ  । ନମସ୍କାର  ।