ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟକୁ ନାହିଁ ରାସ୍ତା
ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଚିନ୍ଦାଗୁଡ଼ା ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଦୀର୍ଘ ଏକ ବର୍ଷ ହେବ କାମ ଆରମ୍ଭ ହୋଇଛି । ଏହା ପୂର୍ବରୁ ଖଡିଆଳ ରାଜସ୍ୱ କାର୍ଯ୍ୟାଳୟରେ ଯୁଗ୍ମ ଭାବରେ କାର୍ଯ୍ୟ ଅନୁଷ୍ଠିତ ହେଉଥିଲା । ଏକ ବର୍ଷ ନିଜସ୍ୱ ଜମିରେ ଦୁଇ ମହଲା କୋଠା ନିର୍ମାଣ ହୋଇ କାର୍ଯ୍ୟାଳୟ ଆରମ୍ଭ ହୋଇଛି । କିନ୍ତୁ ଯାତାୟତ ନେଇ ସମସ୍ୟା ଦେଖାଯାଉଛି । ସାମାନ୍ୟ ବର୍ଷାରେ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ଗ୍ରାମବାସୀମାନେ ନାହିଁ ନ ଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଖଡିଆଳ ତହସିଲଦାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।