ଚୋରି ଘଟଣାରେ ୨ ଗିରଫ୍
ତିହିଡି : ଭଦ୍ରକ ଜିଲ୍ଲା ତିହିଡି ଥାନା ନୂଆନନ୍ଦ ପଞ୍ଚାୟତ ଅଧିନ ହାଟୁଆରୀ ଗାଁର ସ୍କୁଲ ଓ ଅଙ୍ଗନୱାଡିରୁ ଚୋରି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ୍ କରିଥିବା ବେଳେ କେତେକ ସାମଗ୍ରୀ ଜବତ୍ କରିଥିବା ଜଣାଯାଇଛି । ଗିରଫ୍ ଅଭିଯୁକ୍ତ ସାବରଙ୍ଗ ଥାନାଧିନ ଗୋରାମାଟି ଗାଁର କୃଷ୍ଣଚନ୍ଦ୍ର ମଲିକ ଓରଫ ଟୁଟୁଲୁ (୪୩) ଓ ସୁରେଶ ସେଠୀ ଓରଫ ବାଙ୍ଗ ବୋଲି ଜଣାଯାଇଛି । ଉଭୟଙ୍କୁ ବୁଧବାର ଗିରଫ୍ କରାଯାଇଥିବା ବେଳେ ଗୁରୁବାର କୋର୍ଟ ·ଲାଣ କରା ଯାଇଛି । ଜବତ୍ ସାମଗ୍ରୀ ମଧ୍ୟରେ ଦୁଇଟି ଗ୍ୟାସ ସିଲିଣ୍ଡର ଓ ଗୋଟିଏ ଆକ୍ୱାଗାର୍ଡ ଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି ।