ବର୍ଷିୟାନ କ୍ରୀଡାବିତଙ୍କ ଜନ୍ମଦିନ ପାଳିତ
ବଲାଙ୍ଗିର : ବରିଷ୍ଠ କ୍ରୀଡାବିତ୍ ତଥା ଅବସରପ୍ରାପ୍ତ ଅଧିକାରୀ ବାଞ୍ଝାନିଧି ରଥଙ୍କ ୯୪ତମ ଜନ୍ମଦିନ ସ୍ଥାନୀୟ କୋଶଳ ନଗର ସ୍ଥିତ ସାନ ଭାଇ ଡ. ଗୋପବନ୍ଧୁ ରଥଙ୍କ ବାସଭବନରେ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଛି । ଏହି ଅବସରରେ ଭାରତୀୟ ଶିକ୍ଷଣ ମଣ୍ଡଳର ଓଡିଶା-ପଶ୍ଚିମର ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ପ୍ରଭୁଦ୍ଧ ପାଠକ ସଂସଦର ସଭାପତି ପ୍ରଶନ୍ନ କୁମାର ମିଶ୍ର, ଅଭିଭାବକ ମଂଚର ସଭାପତି ଧର୍ମବ୍ରତ ରଥ, ଅଭିନନ୍ଦନ ସାହିତ୍ୟ ପରିଷଦର ସାଧାରଣ ସଂପାଦକ ଦିବାକର ହୋତା ତଥା ବିଭିନ୍ନ ସଂଗଠନର କର୍ମକର୍ତ୍ତା ବାଞ୍ଝାନିଥି ରଥଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟକର୍ତ୍ତାଗଣ ବିଶିଷ୍ଟ ଲେଖକ ଡ. ଗୋପବନ୍ଧୁ ରଥ ଏବଂ ଅବସରପ୍ରାପ୍ତ ଶିକ୍ଷାବିତ୍ ବିନୋଦିନୀ ଉଦ୍ଗାତାଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନା କରିଥିଲେ । ଏହି ଅବସରରେ ଆନ୍ତର୍ଜାତୀୟ କାଟୁନିଷ୍ଟ ଅଶ୍ୱିନୀ ରଥ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।