ଅନ୍ତ୍ୟୋଦୟ ଗୃହ ଯୋଜନାରେ ଦିଗମ୍ବରଙ୍କ ସ୍ୱପ୍ନ ସାକାର

  ଭୁବନେଶ୍ୱର : ଭବାନୀପାଟଣା ବ୍ଲକ୍ର ବୋରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଫପସୀ ଗ୍ରାମନିବାସୀ ଦିଗମ୍ବର ଠେଲା ଯିଏ କି ଶତପ୍ରତିଶତ ଦୃଷ୍ଟିବାଧିତ ଦିବ୍ୟଙ୍ଗ ଅଟନ୍ତି ,  କାର୍ଯ୍ୟାଦେଶର ଚାରିମାସ ମଧ୍ୟରେ ତାଙ୍କର ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ ଶେଷ ହୋଇଛି । ଗତ ମାର୍ଚ୍ଚ ୩୦ରେ  ମୁଖ୍ୟମନ୍ତ୍ରୀଙ୍କ କରକମଳରୁ ରିସିଗାଁଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଲୋକାର୍ପଣ ଉସôବ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ  ଶ୍ରୀ ଠେଲାଙ୍କୁ ପ୍ରଥମ କାର୍ଯ୍ୟାଦେଶ ଦିଆଯାଇଥିଲା ।  ଏହି ଗୃହ ତାଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ ହେବା ସହିତ ଆତ୍ମବିଶ୍ୱାସ, ଗର୍ବ ଓ ଗୌରବର ଅନୁଭୂତି ଆଣିପାରିଛି । 
ଶ୍ରୀ ଦିଗମ୍ବର ଠେଲା ତାଙ୍କ ଧର୍ମପନôୀଙ୍କ ସହ ଏକ ଛୋଟ ତେଜରାତି ଦୋକାନ ଚଳାଇ ନିଜ ଜୀବିକା ନିର୍ବାହ କରନ୍ତି ।  ତାଙ୍କର ଧର୍ମପନôୀ ଓ ପରିବାର ସଦସ୍ୟଙ୍କ ସହଯୋଗରେ ମାତ୍ର ୪ ମାସ ମଧ୍ୟରେ ଶ୍ରୀ ଠେଲାଙ୍କ ନୂଆ ଘର ନିର୍ମାଣ କାମ ସଫଳ ଭାବରେ ସମାପ୍ତ ହୋଇଛି ।  ରାଜ୍ୟବାସୀଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ପ୍ରଣୀତ ହୋଇଥିଲା ଅନ୍ତ୍ୟୋଦୟ ଗୃହ ଯୋଜନା । ହିତାଧିକାରୀ ତାଲିକାକୁ ଆହୁରି ସମାବେଶୀ କରିବା ପାଇଁ ବିଭିନ୍ନ ଦିବ୍ୟାଙ୍ଗ ବର୍ଗର  ଗୃହହୀନ କିମ୍ବା କଚ୍ଚା ଘରେ ବାସ କରୁଥିବା ପରିବାର ଏହି  ଯୋଜନାରେ ସାମିଲ ହେବା ପାଇଁ  ଯୋଗ୍ୟ ବିବେଚିତ ହେବାର ପ୍ରାବଧାନ 
ରହିଛି ।  ନୂତନ ଗୃହ ମଞ୍ଜୁର ସହିତ ଅନ୍ତ୍ୟୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ  ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ହିତାଧିକାରୀ, ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪  ମାସ ଓ ୬  ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରୁଛନ୍ତି, ସେମାନଙ୍କୁ ଯଥାକ୍ରମେ ୨୦,୦୦୦ ଟଙ୍କା ଏବଂ ୧୦,୦୦୦ ଟଙ୍କାର ପ୍ରୋସôାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ରବି ନାରାୟଣ ନାଏକ ପ୍ରକାଶ କରିଛନ୍ତି ।