ଭାଗ ହେବ ୧୧୦୦ରୁ ଅଧିକ ଭୋଟର ଥିବା ବୁଥ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ୪୦ ମତଦାନ କେନ୍ଦ୍ରରେ ୧୧ଶହରୁ ଅଧିକ ଭୋଟର ଥିବାରୁ ସେଗୁଡିକୁ ଭାଗ ଭାଗ କରାଯିବ ବୋଲି ଜଣାଯାଇଛି । ପୂର୍ବରୁ ୧୨ ଶହ ମତଦାତା ଥିବା ବୁଥଗୁଡିକୁ ଭାଗ କରାଯିବାକୁ ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶ ଥିଲା । ସଦ୍ୟ ନିଦେ୍ର୍ଦଶାବଳୀ ଅନୁଯାୟୀ ୧୧ଶହରୁ ଅଧିକ ମତଦାତା ଥିବା ବୁଥ ଭାଗ କରାଯିବ ବୋଲି ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ବିଷ୍ଣୁପର, ବିଷ୍ଣୁପୁର-୧, ଚିଙ୍ଗୁଡିପୁର, କରଞ୍ଜିଗୁଣୁପୁର, ପଦିନାରାୟଣପୁର, ନିର୍ଗୁଣ୍ଡି, ରାଜେନ୍ଦ୍ରପୁର, ମହୁରା, ଉତ୍ତରବାଡ, ଉତ୍ତରବାଡ-୧, ନଗୁଆ, ନଗୁଆ-୧, ବଡଶାସନ, ନାଆମୀ, ସାତଶୋଳା, ବନ୍ଦାଳୋ, ଦେଓପଦା, ଥଇଳା, ସାରୋ, ମୋବାରକପୁର, ପିରିପୁର, ସଂପୋଇ, ଓଳା, କୁଲଣା, ଝୁଟୁଣା, ନେରଡା, ଆଖୁଆପଦା, ନିଳାଦ୍ରି, ରାଢୋ, ରହଣିଆ, କୁରିଗା, କୁରିଗା-୧, ନୌରଙ୍ଗପୁର, ମାଳଦା, ବଡନପଙ୍ଗ, କୁମ୍ଭାରିଆ, କୋରକୋରା, ରଘୁନାଥଫୁର, ଜଳହରୀ ଓ ମଣିନାଥପୁର ମତଦାନକେନ୍ଦ୍ରଗୁଡିକ ଭାଗ କରାଯିବ । ସେହିପରି ଏକାଧିକ ପଞ୍ଚାୟତରେ ଥିବା ନର୍ଦ୍ଦିଷ୍ଟ ମତଦାନ କେନ୍ଦ୍ରକୁ ମଧ୍ୟ ପଞ୍ଚାୟତ ୱାରୀ ଭାଗ କରାଯିବ । ଏହି ମାନଦଣ୍ଡ ଅନୁଯାୟୀ ବାଘମର, ଓଳା, ଦେଉଳପଦୀ ଓ ବାଙ୍କମୁହାଁ ମତଦାନକେନ୍ଦ୍ର ଭାଗ କରାଯାଇ ନୂତନ ମତଦାନକେନ୍ଦ୍ର ସୃଷ୍ଟି କରାଯିବ ବୋଲି ଜଣାଯାଇଛି ।