ଅଙ୍ଗନବାଡି ସଂଘର ବାର୍ଷିକ ସମ୍ମିଳନୀ
ନବରଙ୍ଗପୁର : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ୍ ଆସୋସିଏସନ ନବରଙ୍ଗପୁର ଜିଲ୍ଲା ପକ୍ଷରୁ ୨୭ତମ ବାର୍ଷିକ ସମ୍ମିଳନୀ ବୈଭବ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ସଂଘର ଜିଲ୍ଲା ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଅଙ୍ଗନବାଡି ସଂଘ ରାଜ୍ୟ ସାଧାରଣ ସମ୍ପାଦିକା କୁଞ୍ଜଲତା ଦାସ, ମୁଖ୍ୟବକ୍ତା ଭାବେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ, ଉପଦେଷ୍ଠା ପରମେଶ୍ୱର ବିଷୋୟୀ, ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ବିଷ୍ଣୁପ୍ରସାଦ ବିଷୋୟୀ, ଅଙ୍ଗନବାଡି ସଂଘ ରାଜ୍ୟ ଉପଦେଷ୍ଟା ସବିତା ନାୟକ, ଜିଲ୍ଲା ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ୱାଳ, ଜିଲ୍ଲା କୋଷାଧ୍ୟକ୍ଷା ମମତା ବ୍ରହ୍ମା, କୋଠାବାଡି ସଂଘ ଜିଲ୍ଲା ସମ୍ପାଦକ ରାମ ବିଷୋୟୀ, ବିଶ୍ୱ କର୍ମା ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଖଗେଶ୍ୱର ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାରେ ଅଙ୍ଗନବାଡି ସଂଘ, ସଂଗଠନର ସଭ୍ୟମାନଙ୍କୁ ଦେଶାତ୍ମକ ଚିନ୍ତାଧାରାରେ ଅନୁପ୍ରାଣିତ କରି ଶିଶୁ, ମହିଳା ଓ କିଶୋରୀମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ପାଇଁ ପ୍ରଚେଷ୍ଟା କରାଯାଉଛି । ଅଙ୍ଗନବାଡି କର୍ମୀମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ତଥା ରାଜ୍ୟ ପ୍ରଶାସନ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ବକ୍ତାମାନେ କହିଥିଲେ । ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ୱାଳ ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷା ମମତା ବ୍ରହ୍ମା ବାର୍ଷିକ ଖର୍ଚ୍ଚ ବିବରଣୀ ପାଠ କରିଥିଲେ । ପରେ ସର୍ବସମ୍ମତିକ୍ରମେ ନୂତନ ଭାବେ ନବରଙ୍ଗପୁର ଜିଲ୍ଲା କମିଟି ଗଠନ କରାଯାଇଥିଲା । ଉପଦେଷ୍ଠା ଭାବେ ସବିତା ନାୟକ, ସନ୍ଧ୍ୟାରାଣୀ ବିଶ୍ୱାଳ, ମମତା ବ୍ରହ୍ମା, ସଭାନେତ୍ରୀ ଛବିଳ କୁମାରୀ ମାଝୀ, ଉପ ସଭାନେତ୍ରୀ ପୁନେଇ ନାୟକ, ହେମଲତା ନାୟକ, ସମ୍ପାଦିକା ଉମା ନାୟକ, ସଂଗଠନ ସମ୍ପାଦିକା ଭାଗ୍ୟବତୀ ଷଡଙ୍ଗୀ, ସହ ସମ୍ପାଦିକା ଶୁଭସ୍ମିତା ପାତ୍ର, ଗୌରିମଣୀ ହରିଜନ, କୋଷାଧ୍ୟକ୍ଷା ଯମୁନା ଭତରାଙ୍କ ସମେତ ବ୍ଲକର ସଭାନେତ୍ରୀ ଓ ସମ୍ପାଦିକାଙ୍କର ନାମ ଘୋଷଣା କରିଥିଲେ ମୁଖ୍ୟ ଅତିଥି କୁଞ୍ଜଲତା ଦାସ । ଏଥିରେ ନବରଙ୍ଗପୁର ଜିଲ୍ଲାର ୧୦ଗୋଟି ବ୍ଲକରୁ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଉପସ୍ଥିତ ଥିଲେ ।