କେନ୍ଦ୍ରାପଡାରେ ଦ୍ୱିତୀୟ ବନ୍ୟା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ ବନ୍ୟା ଜଳ ପ୍ରବେଶ କରିଛି । ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ରେ ବନ୍ୟା ଆସିବା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବିଶେଷ କରି ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବନ୍ୟା ପାଣି ଆସିବାଦ୍ୱାରା କେନ୍ଦ୍ରାପଡା ବ୍ଲକର ଘାଗରା ପଞ୍ଚାୟତ, ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗା, ଅଲପୁଆ, ଡାମରପୁର, ବଲଭଦ୍ରପୁର, ରାଜନଗର ବ୍ଲକର ବେଲପାଳ, ଓସ୍ତିଆ, ଆଦି ପଞ୍ଚାୟତ, ସମେତ ଆଳୀ, ରାଜକନିକା ବ୍ଲକର ବହୁ ଅଞ୍ଚଳବାସୀ ଜଳବନ୍ଦୀ ହୋଇରହିଛନ୍ତି । ପ୍ରଥମ ବନ୍ୟାରେ କୁମ୍ଭୀର ଭୟ ଲୋକଙ୍କ ମନରୁ ଯାଇନାହିଁ । ପ୍ରଥମ ବନ୍ୟା ପାଣି ବହୁ ଅଞ୍ଚଳରେ ଧାନ ବିଲରେ ରହିଥିବା ବେଳେ ଦ୍ୱିତୀୟ ବନ୍ୟା ପାଣି ଆସିବାରୁ ଏହା ଅଧିକ ପାଣି ହେବ ବୋଲି ଆଶା କରାଯାଉଛି । ବନ୍ୟାରେ ଆଗୁଆ ପଦକ୍ଷେପ ପାଇଁ କେନ୍ଦ୍ରାପଡାର ଘାଗରା ପଞ୍ଚାୟତରେ ସ୍ୱାସ୍ଥ୍ୟକର୍ମୀ ଏକାମ୍ର ବାସିନୀ ପରିଡ଼ା, ଭରତ ଚନ୍ଦ୍ର ମାରାଣ୍ଡି, ସୂପରଭାଇଜର ଭିକାରୀ ଚରଣ ଜେନା, ଆଶାକର୍ମୀ ଶାନ୍ତିଲତା ମଝି ଆଦି ବିଭିନ୍ନ ବନ୍ୟାଞ୍ଚଳ ଗାଁ ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି ।