ବାହାରିପାରିଲାନି ନିର୍ଯ୍ୟାସ.. ସ୍କୁଲ ସ୍ଥାନାନ୍ତର ହେଲେ ଆନେ୍ଦାଳନ

ବ୍ୟାସନଗର: କ୍ରୋମନଗର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସ୍ଥାନାନ୍ତର ପ୍ରସଙ୍ଗର ସମାଧାନ ପାଇଁ ଅନୁଷ୍ଟିତ ବୈଠକରେ ବାହାରି ପାରିଲାନି କୈାଣସି ନିର୍ଯ୍ୟାଶ । ସ୍କୁଲ ସ୍ଥାନାନ୍ତରକୁ ସ୍କୁଲସୁରକ୍ଷା କମିଟି, ଜନପ୍ରତିନିଧି, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ଅଂଚଳବାସୀ ବିରୋଧ କରିଆସୁଥିବା ସମୟରେ କାରଖାନା କର୍ତୁପକ୍ଷ କିନ୍ତୁ ଜିଦ୍ରେ ଅଟଳ ରହିଛନ୍ତି । ଏହାର ସମାଧାନ ପାଇଁ କାରଖାନା ଅତିଥି ଭବନରେ ମିଳିତ ଆଲୋଚନା ବୈଠକ ହୋଇଥିଲା । ବିଦ୍ୟାଳୟ ସୁରକ୍ଷା କମିଟିର ସଭାପତି ପୀତବାସ ମିଶ୍ର, ଉପସଭାପତି ଇନ୍ଦ୍ରମଣି ଭୂୟାଁ, ସମ୍ପାଦକ ସଂଗ୍ରାମ କେଶରୀ ପହି, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ବ୍ୟାସନଗର ପୌରପାଳିକାର ୧ନମ୍ବର ୱାର୍ଡ ର କାଉନସିଲର ବିଜୟ କୁମାର ଜେନା, ୨ ନମ୍ବର ୱାର୍ଡ ର କାଉନସିଲର କୁନି ହାଁସଦା, ୩ ନଂ ୱାର୍ଡ କାଉନସିଲରଙ୍କ ପ୍ରତିନିଧି ଅନୁପ କୁମାର ନାୟକ ଓ ପୁରାତନ ଛାତ୍ର ପ୍ରତିନିଧିଙ୍କ ସହଫେରୋକ୍ରୋମ କାରଖାନା  ୟୁନିଟ୍ ହେଡ୍ ରଶ୍ମିରଂଜନ ପରିଡା, ଓଏମସି ଯାଜପୁରରୋଡର ଡିଜିଏମ ଦେବାଶିଷ ସାମଲ, ସ୍କୁଲ ସୁରକ୍ଷା କମିଟିର ସମସ୍ତ ସଦସ୍ୟ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସୁରକ୍ଷା କମିଟି ପକ୍ଷରୁ ପାଂଚ ଦଫା ଦାବି ଉପସ୍ଥାପନ କରାଯାଇଥିଲା । ୟୁନିଟହେଡ୍ କୌଣସି ପରିସ୍ଥିତିରେ ସ୍କୁଲ ସ୍ଥାନାନ୍ତର ହେବା ସପକ୍ଷରେ ଯୁକ୍ତି ବାଢିଥିଲେ । ସ୍କୁଲ ସ୍ଥାନାନ୍ତର ହେଲେ ବିରାଟ ଜନ ଆନେ୍ଦାଳନ ହେବ ଓ ସ୍କୁଲକୁ ଇଂଚେ ଘୁଂଚାଇ ଦେବେ ନାହିଁ ବୋଲି ସୁରକ୍ଷା କମିଟି, ଅଭିଭାବକ, ଛାତ୍ର ପ୍ରତିନିଧି, କାଉନସିଲର  କହିଥିଲେ । ମୁଖ୍ୟମନ୍ତ୍ରୀ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେଉଥିବା ବେଳେ ୟୁନିଟହେଡଙ୍କ ଶିକ୍ଷା ଓ ଶିକ୍ଷକ ମାରଣ ନୀତି କାହିଁକି ବୋଲି ପ୍ରଶ୍ନ ଉଠିଥିଲା । ଯେଭଳି ଭାବେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଅଧିକାର ଆଇନକୁ ୟୁନିଟହେଡ ଉଲଙ୍ଘନ କରୁଛନ୍ତି ତାହା ନିନ୍ଦନୀୟ କାର୍ଯ୍ୟ ବୋଲି ଅଭିହିତ କରିବା ସହ ଆଗାମୀ ଦିନରେ ଆନେ୍ଦାଳନ ହେବା ନିଶ୍ଚିତ ବୋଲି ମତପୋଷଣ କରିଥିଲେ ।