ଦ ସ୍କୁଲ ଅଫ ଟାଏକୋଣ୍ଡାର ୫ମ ବାର୍ଷିକ ଉତ୍ସବ
ପୁରୀ : ଦ ସ୍କୁଲ ଅଫ ଟାଏକୋଣ୍ଡୋ ପକ୍ଷରୁ ସ୍ଥାନୀୟ ଦୋଳମଣ୍ଡପ ସାହି ସ୍ଥିତ ଅମିନ ଯାଗା କ୍ରୀଡ଼ା ପ୍ରାଙ୍ଗଣରେ ପଞ୍ଚମ ବାର୍ଷିକ ଉସôବ ପାଳନ ଅବସରରେ ବେଲ୍ଟ, ପ୍ରଶଂସା ପତ୍ର ଓ ପଦକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଟାଉନ ଥାନାର ଇନ୍ସପେକ୍ଟର ଇନ୍ଚାର୍ଜ ଗୋକୁଳ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନର ସାଧାରଣ ସଂପାଦକ ମନ୍ମୋହନ ଭଞ୍ଜ, ଦ ସ୍କୁଲ ଅଫ୍ ଟାଏକୋଣ୍ଡୋର ସଭାପତି ଅଜୟ କୁମାର ସାହୁ, ବିଶିଷ୍ଟ ବ୍ୟବସାୟୀ ହରିବନ୍ଧୁ ସାହୁ, ଅମିନ ଯାଗାର ସଭାପତି ସୋମନାଥ ପଣ୍ଡା, ସଂପାଦକ ଜମ୍ବେଶ୍ୱର ପୂଜାପଣ୍ଡା ଓ କୋଷାଧ୍ୟକ୍ଷ ବାବନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।
କ୍ରୀଡ଼ା ଦ୍ୱାରା ଆମେ ସୁସ୍ଥ ରହିପାରିବା ଓ ଆଜିର ଦିନରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣର ଉପଯୋଗିତା ବିଷୟରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଦ୍ୱିତୀୟ ଡ଼ାନ ବ୍ଲାକ୍ ବେଲ୍ଟ ପ୍ରାପ୍ତ ଦେବାଶିଷ ସାହୁ ଓ ପ୍ରଥମ ଡ଼ାନ ବ୍ଲାକ୍ ବେଲ୍ଟ ପ୍ରାପ୍ତ ଅମ୍ରିତା ସାହୁଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୫୫ଜଣ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟ କୋଚ୍ ତଥା ସଂପାଦକ ଅଭିଜିତ୍ ସାହୁ ସ୍ୱାଗତ ଭାଷଣ ସହିତ ବାର୍ଷିକ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଶିକ୍ଷକ ବିନୋଦ ସେନାପତି ମଞ୍ଚ ପରିଚାଳନା କରିଥିଲେ ।