ତୁଳସୀ ମାଳା ସହ ରୁଦ୍ରାକ୍ଷ ଧାରଣ ମନା
ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ତ୍ୱ ଅଛି । ଏହାକୁ ମା' ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ସେହିପରି ରୁଦ୍ରାକ୍ଷ ଶିବଙ୍କ ସହ ଜଡ଼ିତ । ତେବେ ରୁଦ୍ରାକ୍ଷ ସହ ତୁଳସୀ ମାଳାକୁ ଏକତ୍ର ଧାରଣ କରିବା ଠିକ୍? ନୁହେଁ । ତୁଳସୀ ମାଳା ପିନ୍ଧିବା ପୂର୍ବରୁ ଏବଂ ପରେ କିଛି ନିୟମ ଧାରା ୨ ପାଳନ କରିବା ଜରୁରି ।ତୁଳସୀ ମାଳାକୁ ପିନ୍ଧିବା ପୂର୍ବରୁ କ୍ଷୀର ଓ ଗଙ୍ଗା ଜଳରେ ସଫା କରନ୍ତୁ । ଏହାପରେ ଭଗବାନଙ୍କ ପୂଜାର୍ଚ୍ଚନା କରି ଏହି ମାଳା ପିନ୍ଧନ୍ତୁ ।
ସେହିପରି ଆମିଷ ଖାଉଥିଲେ ଏହି ମାଳା ପିନ୍ଧିବା ଅନୁଚିତ । ରୁଦ୍ରାକ୍ଷ ସହ ତୁଳସୀ ମାଳାକୁ ଏକତ୍ର ପିନ୍ଧିବା ମନା । ରୁଦ୍ରାକ୍ଷ ଏବଂ ତୁଳସୀ ମାଳା ଧାର୍ମିକ ମାନ୍ୟତା ଉପରେ ଆଧାରିତ ।ରୁଦ୍ରାକ୍ଷ ଶିବଙ୍କ ସହ ସମ୍ବନ୍ଧିତ । ଏହା ଉଗ୍ରତା ଓ ଶକ୍ତି ସହ ସମ୍ପର୍କିତ । ତୁଳସୀ ବିଷ୍ଣୁ ସହ ସମ୍ବନ୍ଧିତ । ପୁଣି ଏହାର ସମ୍ପର୍କ ଶାନ୍ତି ଓ ଭକ୍ତି ସହିତ । ଦୁଇଟି ମାଳାର ଊର୍ଜା ଓ ଏବଂ ଧାର୍ମିକ ମହତ୍ତ୍ୱ ଭିନ୍ନ । ସେଥିପାଇଁ ଏହାକୁ ଏକତ୍ର ପିନ୍ଧିବା ଦ୍ୱାରା ଆଧ୍ୟାତ୍ମିକ ପ୍ରଭାବଶୀଳତା ହ୍ରାସ ପାଏ ।ବିଷ୍ଣୁ ଓ ଶିବ ପୂଜାରେ ପ୍ରଭେଦ ଥିବାରୁ ଏହାକୁ ଏକତ୍ର ଧାରଣ କରିବା ନିଷିଦ୍ଧ । ତେବେ ଧାର୍ମିକ ଅନୁଶାସନ ଏବଂ ପରମ୍ପରାକୁ ପାଳନ କରିବା ଦୃଷ୍ଟିରୁ ଏହାକୁ ଅଲଗା ଅଲଗା ଭାବେ ପିନ୍ଧିବା ଉତ୍ତମ ।