ମୋତେ କାହିଁକି...ସେମାନଙ୍କୁ ପଚାରୁନାହାନ୍ତି.....
amar satapathy

ଭୁବନେଶ୍ୱର: ମୋତେ କାହିଁକି ଏସବୁ ପଚାରୁଛନ୍ତି.... । ସେମାନଙ୍କୁ ପଚାରୁନାହାନ୍ତି... । ବିଜୁ ଜନତା ଦଳ ଆପଣଙ୍କ ପ୍ରତି ଅନ୍ୟାୟ କରିଛି କି ବୋଲି ପ୍ରଶ୍ନରେ ଏଭଳି କିଛି ଉତ୍ତର ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅମରପ୍ରସାଦ ଶତପଥୀ ।
ବିଜେଡିରେ ଯେ ସବୁ କିଛି ଠିକଠାକ ଚାଲିନି ବୋଲି ଅମର ପୁଣି ଥରେ ସୁରାକ ଦେଇଛନ୍ତି । ଯାଜପୁର ଜିଲ୍ଲା ସଭ୍ୟ ସଂଗ୍ରହ ବୈଠକକୁ ନଯିବା ନେଇ ଅମର କହିଛନ୍ତି ଯେ କିଛି ଦିନ ହେଲା ଏଭଳି କାର୍ଯ୍ୟକ୍ରମରୁ ମୁଁ ନିବୃତ ରହିଛି । ଅନ୍ୟପକ୍ଷରେ ବିଜୁ ଜନତା ଦଳ ଆପଣଙ୍କ ପ୍ରତି ଅନ୍ୟାୟ କରିଛି କି ବୋଲି ପ୍ରଶ୍ନରେ ସେ କହିଛନ୍ତି ଯେ ମୋତେ କାହିଁକି ଏସବୁ ପଚାରୁଛନ୍ତି, ସେମାନଙ୍କୁ ପଚାରୁନାହାନ୍ତି । ଦଳରେ ଯେଉଁମାନେ କର୍ମକର୍ତ୍ତା ସେମାନେ ଏ ବିଷୟରେ କହିପାରିବେ ବୋଲି ଅମର କହିଛନ୍ତି ।