ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟା : ନୂଆବର୍ଷରେ ନୂଆ ସଭାପତି ନାଁ ପୁରୁଣା ମୁହଁ ଦେଖିବ ଯାଜପୁର ବିଜେପି

 ଯାଜପୁର: ସରକାରକୁ ଆସିବା ପରେ ବିଜେପି କର୍ମୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ଯୋଶ ଆକାଶଛୁଅାଁ ହୋଇଛି । କ୍ୟାଡ଼ର ଭିତିିକ ଏହି ରାଷ୍ଟ୍ରିୟ ଦଳରେ ତଳୁ ଉପର ପର୍ଯ୍ୟନ୍ତ ପଦପଦବୀଧାରୀ ଗଣତାନ୍ତ୍ରୀକ ପଦ୍ଧତିରେ ନିର୍ବାଚିତ ହୋଇଥାନ୍ତି । ହୋଇପାରେ, ଚୟନ କିନ୍ତୁ ଉପରୁ ତଳଯାଏ କାର୍ଯ୍ୟକର୍ତ୍ତା ନିର୍ବାଚନରେ ଭାଗ ନେଇଥାନ୍ତି, ଯାହା ରେକର୍ଡ଼ଭୃକ୍ତ ହୋଇ ରାଜ୍ୟ କାର୍ଯ୍ୟାଳୟକୁ ଯାଇଥାଏ । ବିଜେପିରେ ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ଜିଲା ସଭାପତି ନିର୍ବାଚନ ହେବ । 
ନିର୍ବାଚନ ପରିପ୍ରେକ୍ଷୀରେ ମାସାଧିକ ହେବ, ଚାଲିଥିବା ପ୍ରକ୍ରିୟା ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଁଚିଛି । କୋଉ ମଣ୍ଡଳରୁ କିଏ ସଭାପତି ହେବ, ତାହା ବସ୍ତୁତ ସ୍ଥିର ହୋଇସାରିଛି । ଜିଲା ସଭାପତି ନିର୍ବାଚନ ଯଦିଓ ହେବାର ତାରିଖ ଚଳିତମାସ ଶେଷ ସୁଦ୍ଧା କରିବାକୁ ନିଧାର୍ଯ୍ୟ ରହିଥିଲା, କିନ୍ତୁ ତାହା ନୂଆବର୍ଷ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଗଡ଼ିଯିବାର ସମ୍ଭାବନା ରହିଛି । ଜିଲା ମଙ୍ଗୁଆଳ କିଏ ହେବ, ତାହା ତ ସମୟ କହିବ, କିନ୍ତୁ ଯେଉଁ ଆଲୋଚନାଟି ହେଉଛି, ତାହା ହେଲା, ନୂଆବର୍ଷରେ ନୂଆ ସଭାପତି ନାଁ ପୁରୁଣା ମୁହଁ ଦେଖିବ ଯାଜପୁର ବିଜେପି । ବର୍ତ୍ତମାନର ସଭାପତି ଅଛନ୍ତି ଗୈାତମ ରାୟ । ଯିଏକି ୨୦୧୭ ମସିହା ଅକ୍ଟୋବର ମାସରେ ପ୍ରଥମକରି ସଭାପତି ଭାବେ ଅବସ୍ଥାପିତ ହୋଇଥିଲେ । ସେସମୟରେ ନିର୍ବାଚନ ପୂର୍ବରୁ ହଠାତ ନୂଆ-ପୁରଣା ବିବାଦ ଉଗ୍ରରୁପ ନେଇଥିଲା । ୧୭ ପଞ୍ଚାୟତରେ ବିଜେପିର ସଫଳତାକୁ ଦୃଷ୍ଟିରେ ରଖି ବିଭିନ୍ନ ଦଳରୁ ଏକାଧିକ ନେତା ବିଜେପିରେ ଲମ୍ପ ଦେବା ପରେ ଜନ୍ମ ନେଇଥିଲା ନୂଆ-ପୁରୁଣା ବିବାଦ । ଦଳୀୟ ହାଇକମାଣ୍ଡ ବିବାଦରେ ପୂର୍ଣ୍ଣଛେଦ ଟାଣିବାକୁ ସଭାପତି ଭାବେ କାର୍ଯ୍ୟ କରୁଥିବା ଆଉତୋଷ ପରିଡ଼ାଙ୍କୁ ଅପସାରିତ କରି ଅଭିଜ୍ଞ ରାଜନେତା ଗୈାତମଙ୍କୁ ଜିଲା ସଭାପତି ଭାବେ ଅବସ୍ଥାପିତ କରାଯାଇଥିଲା । ପାର୍ଟଟାଇମ ଭାବେ ଗୌତମ ସଭାପତି ଭାବେ କାର୍ଯ୍ୟ ସଂପାଦନ କରିବା ପରେ ୨୦୧୯ରେ ସାମ୍ବିଧାନିକ ପ୍ରକ୍ରିୟାରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନ ପୂର୍ବରୁ କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ହେଁ ଦୀର୍ଘ ୬ ବର୍ଷ ଧରି ଜିଲା ସଭାପତି ଆସନରେ ବସିଥିବା ଗୈାତମଙ୍କୁ ୨୩ ନଭେମ୍ବରରେ ଜିଲା ମୁଖିଆପଦରେ ରଖାଗଲା ବୋଲି ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା । ୭ବର୍ଷ ଧରି ସଭାପତି ଆସନରେ ବସିଥିବା ଗୌତମଙ୍କୁ ପୁଣିଥରେ ସଭାପତି ଭାବେ ଅବସ୍ଥାପିତ କରିବାକୁ ତାଙ୍କ ସମର୍ଥକ ଲାଗିପଡ଼ିଛନ୍ତି । ଦଳର ହାଇକମାଣ୍ଡ କି ପ୍ରକାର ନିଷ୍ପତି ନେବେ ବା ଜିଲାରୁ ନିର୍ବାଚିତ ବିଧାୟକଙ୍କ ସମର୍ଥନ ରହିବ କି ନାହିଁ ତାହାତ ସମୟ କହିବ, ହେଲେ ଯଦି ସାମ୍ବିଧାନ ତରିକାରେ ସଭାପତି ନିର୍ବାଚନ କରାଯାଏ, ତେବେ ଗୈାତମଙ୍କ ପାଳି ପଡ଼ିବା ଅସମ୍ଭବ । କାରଣ ଗୈାତମଙ୍କ ବୟସ ୬୦ଟପିଗଲାଣି । ଯଦି ଅଭିଜ୍ଞତାକୁ ପାଥେୟ କରାଯିବ ଏବଂ ସମ୍ବିଧାନ ତରିକାକୁ ଏଡ଼ାଇ ଦିଆଯିବ, ତେବେ ଗୈାତମ ପୂର୍ଣ୍ଣକାଳୀନ ହେଉ ବା ସ୍ପଳ୍ପକାଳୀନ ୪ର୍ଥ ଥର ପାଇଁ ଜିଲା ସଭାପତି ହୋଇପାରିବେ । କିନ୍ତୁ ଯଦି ଗୌତମଙ୍କ ରାଜନୈତିକ ଗତିପଥକୁ ପରଖା ଯାଏ, ତେବେ ଅଭିଜ୍ଞ ହୋଇଥିଲେ ବି ନିର୍ବାଚନ ରାଜନୀତିରେ କିନ୍ତୁ ସେ ବାରମ୍ବାର ଫେଲ ମାରିଚାଲିଛନ୍ତି ବୋଲି କୁହାଯାଇପାରିବ । କାରଣ ଯେଉଁ ନେତା ଓ ସଂଗଠକ ମାନେ ଜିଲାରେ ଶାସକ ବିଜୁ ଜନତା ଦଳର ଦୁର୍ନୀତି ଓ ଭ୍ରଷ୍ଟା·ର ବିରୁଦ୍ଧରେ ଲଢ଼େଇ କରି ୧୭ ପଞ୍ଚାୟତ ନିର୍ବାଚନରେ କିଛିଟା ସଫଳତା ସାଉଁଟିଥିଲେ ୧୯ ସାଧାରଣ ନିର୍ବାଚନରେ କିନ୍ତୁ ତାର ପ୍ରତିଫଳନ ଦେଖିବାକୁ ମିଳିନଥିଲା । ଅଣକଂଗ୍ରେସ ନେତା ଭାବେ ପରିଚିତ ଗୈାତମ ୨୦୦୪ ସାଧାରଣ ନିର୍ବାଚନରେ ବଡଚଣା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ ।୨୦୦୯ମସିହାରେ ବିଜେଡ଼ି ଛାଡ଼ି ବିଜେପିରେ ମିଶିବା ପରେ ଗୌତମ ନିର୍ବାଚନ ଲଢ଼ି ତୃତୀୟ ସ୍ଥାନରେ ରହିଥିଲେ । ୨୦୧୪ ନିର୍ବାଚନରେ ସମ୍ପୂର୍ଣ୍ଣଭାବେ ରାଜନୈତିକ ମଇଦାନରୁ ଉଭାନ ହୋଇଯାଇଥିଲେ । ବିଜେପି୨୦୧୯ରେ ତାଙ୍କୁ ପ୍ରାର୍ଥି କରିଥିଲେ ହେଁ ଗୈାତମ ବିଜେଡ଼ିର ପ୍ରଣବ ପ୍ରକାଶ ଦାସଙ୍କ ଠାରୁ ପ୍ରାୟ ୪୦ହଜାର ଭୋଟ୍ରେ ପରାସ୍ତ ହୋଇଥିଲେ । ସେହିଦିନଠାରୁ ଗୈାତମଙ୍କୁ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମୀ କ’ଣ ସାଧାରଣ ଲୋକ ମଧ୍ୟ ଦେଖିନଥିବାବେଳେ ପୁଣି ୫ ବର୍ଷ ପରେ ରାଜ୍ୟ ନେତୃତ୍ୱ ତାଙ୍କୁ ଭରସା କରିଥିଲା । ହେଲେ ବିଜେପି ସପକ୍ଷରେ ହାୱା ବହୁଥିବା ସତ୍ୱେ ଗୈାତମ ସୁଜାତା ସାହୁଙ୍କ ଠାରୁ ହାରିଯାଇଥିଲେ । ନିର୍ବାଚନରେ ଫେଲ ମାରୁଥିବା ଗୈାତମଙ୍କ ପାଇଁ କିନ୍ତୁ ତାଙ୍କ ସମର୍ଥକ ଲବିରେ ରହିବା ପୂର୍ବକ ରାଜଧାନୀରେ ଡ଼େରାପକାଇଛନ୍ତି । ଗୈାତମଙ୍କ ସ୍ଥାନ ନେବାକୁ ଅନ୍ୟଯାହାଙ୍କ ନାଁ ଆଲୋଚନା ହେଉଛି, ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ସଭାପତି ଜଗନ୍ନାଥ ସାମଲ, ପବିତ୍ର ଦାସ, ଆଶୁତୋଷ ପରିଡ଼ା । ଜଗନ୍ନାଥଙ୍କ କଥାକୁ ନେଇ ଯେଉଁ ଆଲୋଚନାଟି ଦଳୀୟ ମହଲରେ ହେଉଛି, ତାହା ହେଲା ତାଙ୍କ ସଭାପତିତ୍ୱ ସମୟରେ ଜିଲାରେ ଦଳ ସେଭଳି କିଛି ଅଗ୍ରତି ଘଟିନଥିଲା । ବରୀ, ଯାଜପୁର ବିଧାନସଭା କ୍ଷେତ୍ରରୁ ଦୁଇଥର ନିର୍ବାଚନ ଲଢି ଜଗନ୍ନାଥ ନୈରାଶ ଜନକ ଭାବେ ହାରିଯିବାପରେ ଏକ ପ୍ରକାର ଦଳୀୟ ଟ୍ରାକରୁ ଦୂରେଇ ରହିଥିଲେ । ଯଦିଓ ଦଳର ଜଣେ ଶୃଙ୍ଖଳିତ ନେତା ଭାବେ ରହିଥିଲେ କିନ୍ତୁ ସେଭଳି କିଛି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳେନି । ଏଣୁ ତାଙ୍କ ନାଁ କେବଳ ଶୁଣାଯାଉଛି ବୋଲି ଅନ୍ୟଦାବିଦାରଙ୍କ ପକ୍ଷରୁ ଚର୍ଚ୍ଚା ହେଉଛି । ରାଜ୍ୟ କୋଅପରେଟିଭ ସେଲ ଦାୟିତ୍ୱରେ ଥିବା ପବିତ୍ରଙ୍କୁ ମଧ୍ୟ ଅନ୍ୟତମ ଦାବିଦାର ବୋଲି ଆଲୋଚନା ହେଉଛି । ପବିତ୍ରଙ୍କ ସମୟରେ ଦଳ ସେଭଳି ଅଗ୍ରଗତି ଘଟିଥିଲେ ହେଁ ବର୍ତ୍ତମାନ ସମୟରେ ସେ ନୟାଗଡ଼ ଏବଂ ଜଗତସିଂହପୁର ଜିଲା ସାଂଗଠନିକ ଦାୟିତ୍ୱରେ ରହିଛନ୍ତି । ଏଣୁ ପବିତ୍ର ବର୍ତମାନ ସମୟରେ ଜିଲା ରାଜନୀତିରୁ ବହୁ ଦୂରରେ ରହିଥିବାରୁ ତାଙ୍କ ନାଁ କେବଳ ଏକ ହାୱା ବୋଲି କର୍ମୀ ମହଲରେ ଆଲୋଚନା ହେଉଛି । ଅନ୍ୟତମ ହେଲେ ଆଶୁତୋଷ ପରିଡ଼ା । ପ୍ରଥମଥର ପୂର୍ଣ୍ଣ ଏବଂ ଦ୍ୱିତୀୟ ଥର ଅସପୂର୍ଣ୍ଣ ସଭାପତି ଭାବେ କାର୍ଯ୍ୟ ତୁଲାଇଥିବା ଆଶୁଶେଷଙ୍କ ସମୟରେ ଦଳରେ ଗୋଷ୍ଠି କନ୍ଦଳ ତିବ୍ରତର ହୋଇପଡ଼ିଥିଲା । ବରୀରେ ବିଜେପିର ଭଲ ସଂଗଠକ ଥିଲେ ହେଁ ନିର୍ବାଚନରେ କିନ୍ତୁ ଫଳବ୍ରତି କରିପାରନ୍ତିନି । ଏପରିକି ଆଲୋଚନା ହୁଏ ଜଣେ ଭଲ ବକ୍ତା ହୋଇଥିଲେ ହେଁ ନେତୃତ୍ୱ ନେବାର ଯେଉଁ କଳା ତାଙ୍କ ପାଖରେ ନଥିବାରୁ ତାଙ୍କୁ ଦଳ କେବେ ହେଲେ ନିର୍ବାଚିତ କରିବନି ବୋଲି ଆଶାୟୀଙ୍କ ପାଖଲୋକେ ଆଲୋଚନା କରୁଛନ୍ତି । ପ୍ରାକ୍ତନ ସଭାପତିଙ୍କ ବାଦ ଅନ୍ୟ ଯେଉଁମାନଙ୍କ ନାଁ ଶୁଣାଯାଉଛି  ସେମାନଙ୍କ ମଧ୍ୟରେ ଅଛନ୍ତି ସୁଦିପ୍ତ ପଣ୍ଡା, ସୁରଜଲାଲ ସାମଲ ଏବଂ ସର୍ବେଶ୍ୱର ବେହୁରା । ଯାଜପୁର ସଦର ଅଞ୍ଚଳର ସୁଦିପ୍ତ ବିଜେପି ସାଧାରଣ ସଂପାଦକ ଭାବେ ୪ଥର ଭାବେ ଅବସ୍ଥାପିତ ହୋଇଛନ୍ତି । ଗୈାତମଙ୍କ ଅନୁଗତ ବୋଲି କୁହାଯାଉଥିବା ସୁଦିପ୍ତଙ୍କ ସମର୍ଥକ ସଭାପତି ଭାବେ ଆଶାୟି ରହିଥିବା କଥା ଚର୍ଚ୍ଚା ହେଉଥିଲେ ହେଁ ଗୈାତମଙ୍କ ପାଇଁ ବାଟ ପରିସ୍କାର କରିବାର ଫଣ୍ଡା ଆପଣାଇଥିବା କଥା ଯାଜପୁରରେ ଚର୍ଚ୍ଚା ହେଉଛି । ସୁରଜଲାଲ ସାମଲ ଅନ୍ୟତମ ଆଶାୟୀ ଥିବା କଥା ଆଲୋଚନା ଚାଲିଛି । ଦୁଇଥର ଜିଲା ଯୁବ ମୋର୍ଚ୍ଚା ସଭାପତି ଭାବେକାର୍ଯ୍ୟ ତୁଲାଇଥିବା ସୁରଜ ଏବେ ଜିଲା ସଂପାଦକ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଯୁବ ସଭାପତି ଭାବେ କାର୍ଯ୍ୟ କରୁଥିବା ବେଳେ ଜିଲାରେ ଯୁବ ସଂଗଠନକୁ ସକ୍ରିୟ କରିବାରେ ପ୍ରମୂଖ ଭୂମିକା ଲିଭାଇଥିଲେ ସୁରଜଲାଲ । ବିଜେଡ଼ି ଶାସନ ସମୟରେ ବିଜେଡ଼ି ଏବଂ କଂଗ୍ରେସକୁ କଡ଼ା ଜବାବ ଦେଉଥିବା ଏବଂ ଯାଜପୁରର ଟାଣୁଆ ନେତା ବବି ବାବୁଙ୍କୁ ଦୃଢଭାବେ ବିରୋଧ କରୁଥିବା ସୁରଜଲାଲ ନିଜର ପରଫମାନ୍ସକୁ ନେଇ ଆଶାୟୀ ରହିଛନ୍ତି । ଯାଜପୁର ନଗରର ସୁରଜଲାଲ ରାଜ୍ୟ ନେତୃତ୍ୱଙ୍କ ଉପରେ ଭରସା କରିଥିବା ତାଙ୍କ ସମର୍ଥକ କହୁଛନ୍ତି । ଅନ୍ୟ ଯାହାଙ୍କ ନାଁବି ଜିଲାରେ ଚର୍ଚ୍ଚା ହେଉଛି, ସେ ହେଉଛନ୍ତି ସର୍ବେଶ୍ୱର ବେହୁରା । ଜିଲା ଉପସଭାପତି ଭାବେ କାର୍ଯ୍ୟ କରୁଥିବା ସର୍ବେଶ୍ୱରଙ୍କୁ ସୂଚନା ଅଧିକାର କର୍ମୀ ଭାବେ ଅଧିକାଂଶ ଜାଣନ୍ତି । ଜିଲାରେ ବିଜେଡ଼ି ସରକାର ସମୟରେ ଯେତେ ବେଳେ ବିଜେପି ଶୋଇ ପଡ଼ିଥିଲା ସେତେ ବେଳେ ସର୍ବେଶ୍ୱର ହିଁ ଏକାକୀ ଲଢେଇ କରୁଥିଲେ । ଆରଟିଆଇ ପ୍ଲାଟଫର୍ମରେ ଶାସକ ଦଳ ବିରୁଦ୍ଧରେ ଲଢେଇ କରୁଥିଲେ ହେଁ ବିଜେପି କିନ୍ତୁ ତାଙ୍କୁ ସାଥ ଦେଇନଥିଲା । ସଭାପତି ଦୈାଡ଼ରେ କାହା ନାଁ ଆଗରେ ଅଛି ବା ପଛରେ ତାହା ଭିନ୍ନକଥା କିନ୍ତୁ ତାଙ୍କୁ ରାଜ୍ୟ ବିଜେପି ସାଥ ଦେବ ବୋଲି ତାଙ୍କ ସମର୍ଥକ ବିଶ୍ୱାସ ରଖିଛନ୍ତି । କିଏ ଜିଲା ସଭାପତି ହେବେ ତାହାତ ନିଶ୍ଚିନ୍ତ ଜଣାପଡ଼ିବ କିନ୍ତୁ ଯାଜପୁର ବିଜେପି ନୂଆ ମୁହଁକୁ ଦେଖିବ ନାଁ ପୁରୁଣା ତାକୁ ହିଁ ସମସ୍ତଙ୍କ ଅପେକ୍ଷା