ର’ଠରେ ଚାଲିଛି ଜନଶୁଣାଣି, ଘାରିଛି ମନରେଗା ଦୁର୍ନୀତି ପଦାରେ ପଡିବା ଭୟ
ାା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର/ସିଂହପୁର: କେହି ଭୋକିଲା ରହିବେ ନାହିଁ । ରୋଜଗାର ସମସ୍ତଙ୍କର ଅଧିକାର । ଗ୍ରାମାଞ୍ଚଳରେ ଗରିବ ଲୋକ ମାନଙ୍କ ଆର୍ଥôକ ମାନଦଣ୍ଡକୁ ସୁଦୃଢ କରିବାର ମହତ ଲକ୍ଷ ନେଇ ପାଇଁ ୨୦୦୫ ମସିହାରୁ ପ୍ରଣୟନ ହୋଇଥିବା ମହାତ୍ମାଗାନ୍ଧି ଜାତୀୟ କର୍ମ ନିଯୁକ୍ତି ଯୋଜନା ଏବେ ବିଞ୍ଝାରପୁର ବ୍ଲକରେ ବାଟବଣା ହୋଇଛି । ଯୋଜନାରେ ହିତାଧିକାରୀ କମ ଉପକୃତ ହେଉଥିବା ବେଳେ ସରକାରୀ ବାବୁ ମାଲେମାଲ ହେଉଛନ୍ତି । ଯୋଜନାକୁ କାଗଜ କଲମରେ ଚଳାଇ ପୁଳାପୁଳା ସରକାରୀ ଅର୍ଥକୁ ହରିଲୁଟ କରାଯାଇଥିବା ଅଭିଯୋଗ ବିଭିନ୍ନ ସମୟରେ ଦୃଷ୍ଠି ଗୋଚର ହେଉଛି । ବିଗତ ଦିନରେ ବିଞ୍ଝାରପୁର ବ୍ଲକରେ ମଗରେଗା ଯୋଜନାରେ ହୋଇଥିବା ଦୁର୍ନୀତି ବିରୋଧରେ ଜିଲାପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠନ ଗ୍ରହଣ କରିଥିବା ବେଳେ ଏକାଧିକ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରୀର ହାତ ଧୋଇବାକୁ ପଡିଥିଲା । ତେବେ ଏବେ ପୁଣି ମନରେଗା ଯୋଜନାକୁ ନେଇ ବିଞ୍ଝାରପୁର ବ୍ଲକ ବିବାଦ ଘେରରେ ଛନ୍ଦି ହୋଇ ପଡିଛି । ମନରେଗା ଯୋଜନାରେ ଆଜି ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏହି ଶିବିରକୁ ର’ଠ, କରି ଶେଷ କରି ଦୁର୍ନୀତିକୁ ଘୋଡାଇବାକୁ ବ୍ଲକ ପ୍ରଶାସନ ମସୁଧା କରିଛି । ସରକାରୀ ନିୟମ ଅନୁଯାଇ ବ୍ୟାପକ ମନରେଗା ବ୍ଲକସ୍ତରୀୟ ଜନଶୁଣାଣି ଶିବିର ପୂର୍ବରୁ ବ୍ୟାପକ ପ୍ରଚାର ପ୍ରଶାର କରାଯିବା ସହିତ ଏହି ଶିବିରରେ ଶ୍ରମିକ, ହିତାଧିକାରୀ, ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ, ଜନପ୍ରତିନିଧି ଓ ସବୁ ବର୍ଗର ଲୋକ ଅଶଂ ଗ୍ରହଣ କରି ମନରେଗା ଯୋଜନାରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ନିଜର ମତ ରଖିବା ସହିତ ସମସ୍ୟା ଓ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ଅବଗତ ରହିବେ । ମାତ୍ର ବିଞ୍ଝାରପୁର ବ୍ଲକର ଏପିଓ ଦୀପ୍ତିରଞ୍ଜନ ସେନାପତି ଏଥିନେଇ କୌଣସି ସୂଚନା ନଦେଇ ନିର୍ଦ୍ଧିଷ୍ଟ କେତେକ ଅଧିକାରୀ ଓ କେତେକ ଲୋକଙ୍କୁ ନେଇ ଏହି ଜନଶୁଣାଣି ଶେଷ କରି ଲୋକଙ୍କୁ ଅନ୍ଧାରରେ ରଖିବାକୁ ଚେଷ୍ଠା କରୁଥିବା ଅଭିଯୋଗ ହୋଇଛି । ମନରେଗା ଯୋଜନାରେ କାର୍ଯ୍ୟ କରୁଥିବା କେତେକ ନିର୍ଦ୍ଧିଷ୍ଟ କର୍ମଚାରୀ ବିଭିନ୍ନ ପ୍ରକଳ୍ପରେ ହିତାଧିକାରୀମାନଙ୍କୁ କହିଥିବା ହଇରାଣ ଓ ଅର୍ଥ ପ୍ରଦାନରେ ଜାଣିଶୁଣି ବିଳମ୍ବତାକୁ ନେଇ ବିଭିନ୍ନ ପଞ୍ଚାୟତରେ ଲୋକେ ଅସନ୍ତୋଷ ଥିବା ଜାଣି ଏପିଓ ଆଜିର ଜନଶୁଣାଣିକୁ ର’ଠ, କରି ଚଳାଇ ଦେବାକୁ ଯୋଜନା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସରକାରୀ ନିୟମାନୁଯାଇ ପୁନଶ୍ଚ ଏହି ଜନଶୁଣାଣି କରିବା ସହିତ ସାଧାରଣ ଲୋକ ଓ ମନରେଗା ହିରାଧିକାରୀଙ୍କ ଅଭିଯୋଗକୁ ଉପଯୁକ୍ତ ଭାବେ ଶୁଣିବା ଓ ସମସ୍ୟାର ସମାଧାନ କରିବା ଦିଗରେ ବିଞ୍ଝାରପୁର ବ୍ଲକ ପ୍ରଶାସନ ଯେଉଁ ଟାଳଟୁଳନିତୀ ଆପଣାଉଛି ତା ବିରୋଧରେ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଉଛି ।