ବଜରଙ୍ଗବାଲୀଙ୍କ ଜନ୍ମ ଉତ୍ସବ ପାଳିତ

ଦାନଗଦୀ : ଏହି ବ୍ଲକ ଅଧିନସ୍ଥ ଚକୁଆ ଅସ୍ତସମ୍ଭୁ ପ୍ରାଙ୍ଗଣରେ ଜୟ ବଜାରଙ୍ଗବଲୀଙ୍କ ଦଶମ ଜନ୍ମ ଉତ୍ସବ ପାଳିତ ହୋଇଛି । ପ୍ରତିବର୍ଷ ଭଳିଚକୁଆ ଗ୍ରାମର ସମସ୍ତ ଅନୁଷ୍ଠାନ ପ୍ରେମୀ ଯୁବକମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଳିତ ହେଉଛି । ବଜାରଙ୍ଗବଲୀଙ୍କ ଜନ୍ମ ଉତ୍ସବରେ କର୍ତ୍ତା ଭାବେ ଶିଶିର କୁମାର ଚକ୍ରବର୍ତ୍ତୀ ଓ କର୍ତ୍ତୀ ଭାବେ ଭାନୁମତି ଚକ୍ରବର୍ତ୍ତୀ ଯୋଗଦେଇ ସୂଚାରୁ ରୂପେ ପାଳନ କରିଥିଲେ । ପ୍ରଥମେ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ବିରାଟ କଳସ ଶୋଭାଯାତ୍ରା ବ୍ରାହ୍ମଣ ମାନଙ୍କ ଗ୍ରହଣରେ ଯଜ୍ଞ ମଣ୍ଡପରେ ପହଁଚିଥିଲା । ପରେ ସୂର୍ଯ୍ୟପୂଜା, ଗୋପୂଜା, ଷୋଢ଼ଶ ଉପଚାର ପୂଜା, ଗୀତାପାଠ ଓ ଚଣ୍ଡୀପାଠ ଇତ୍ୟାଦି କରାଯାଇ ଯଜ୍ଞକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିସହ ପ୍ରତିବର୍ଷ ଭଳି ବିଶିଷ୍ଟ ଗାୟକ ମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଓ ବିଶିଷ୍ଟ ପ୍ରବଚକମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗୁରୁବାର ପୂର୍ଣାହୁତି ଅନୁଷ୍ଠିତ ହୋଇଛି ।