୨୮ ୟୁନିଟ୍ ରକ୍ତ ସଂଗ୍ରହ
ଧର୍ମଶାଳା: ଶ୍ରୀ ଦଧିବାମନ ଜୀଉ ସଂସ୍କୃତ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ସେବା ଯୋଜନାର ଶୀତ କାଳୀନ ବିଶେଷ ଶିବିରର ଷଷ୍ଠ ଦିବସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ସମାଜସେବୀକା ମିନତୀ ସାହୁ ଉଦ୍ଘାଟନ କରି ରକ୍ତଦାତା ଓ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥଲେ । କାର୍ଯ୍ୟକ୍ରମ ଅଧିକାରୀ ସୁଜାତା ଦାସ ଓ ଅଧ୍ୟକ୍ଷ ଡକ୍ଟର କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତ୍ୟକ୍ଷ ଭାବେ ପରିଚାଳନା ୨୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଅଧ୍ୟାପକ ସୁରେଶ ଚନ୍ଦ୍ର ଲେଙ୍କା, ଗୌରୀ ଶଙ୍କର ମିଶ୍ର, ଅଧ୍ୟାପିକା ମନ୍ଦାକିନୀ ରାଉତ, ପ୍ରମିଳା ଦାସ କର୍ମଚାରୀ ପ୍ରଶାନ୍ତ କୁମାର ପଣ୍ଡା, ହେମନ୍ତ କୁମାର ଦାସ କମିଟି ସଭାପତି ଓ ସଦସ୍ୟ ସୁଦର୍ଶନ ପଣ୍ଡା, ସରୋଜ କାନ୍ତ ବେହେରା, ସୁନିଲ କୁମାର ପଣ୍ଡା, ବ୍ରହ୍ମାନନ୍ଦ ମହାରଣା, ବିରଞ୍ଚି ନାରାୟଣ ସାହୁ, ଅଶୋକ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସଞ୍ଜୟ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।