ରାଜ୍ୟ କଂଗ୍ରେସ ପାଇଁ ମନୋଜ ହିଁ ଦକ୍ଷ  

 ଯାଜପୁର : ଇତିମଧ୍ୟରେ ରାଜ୍ୟ ପିସିସି ସଭାପତି ଭକ୍ତଚରଣ ଦାସ ବିଭିନ୍ନ ଜିଲାର ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଘୋଷିତ ନାଁରେ ଯାଜପୁର ଜିଲାରୁ ମନୋଜ ରାଉତଙ୍କୁ ଭକ୍ତ ରିପିଟ୍ କରିଛନ୍ତି । ନିରଂଜନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଭକ୍ତଙ୍କ ଯାଏ ୪ଜଣ ପିସିସି ସଭାପତି ବଦଳିଥିଲେ ବି ଯାଜପୁର ଜିଲାରେ କିନ୍ତୁ ମନୋଜଙ୍କ ଗାଦି ସୁରକ୍ଷିତ ରହିଛି । ଅତଏବ ରାଜ୍ୟ କଂଗ୍ରେସ ପାଇଁ ମନୋଜ ହିଁ ଯାଜପୁର ପାଇଁ ଦକ୍ଷ ବୋଲି ଜଣାଇ ଦେଇଛନ୍ତି । ଦୀର୍ଘ ୨୫ ବର୍ଷ ଧରି ସରକାରରେ ନଥିବା କଂଗ୍ରେସକୁ ତୃଣମୂଳ ସ୍ତରରୁ ସବଳ କରିବାକୁ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ହୁଅନ୍ତୁ କି ବିରୋଧି ଦଳ ନେତା ଦକ୍ଷ, ଯୁବ ଏବଂ ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଉଥିବା ବେଳେ ପିସିିସି ପୁଣି ଥରେ ମନୋଜଙ୍କ ଉପରେ ଭରସା କରି ରାଜ୍ୟ ରାଜନୀତିରେ ସ୍ୱତନ୍ତ୍ର ସ୍ଥାନ ବହନ କରୁଥିବା ଯାଜପୁର ଭଳି ବିଜେଡ଼ି-ବିଜେପି ସାଂଗଠନିକ ଜିଲାରେ ସଭାପତି ଭାବେ ଅବସ୍ଥାପିତ କରିବା ଦଳରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି । ଶୃଙ୍ଖଳା ପାଇଁ କେହି ପାଟି ଖୋଲୁନଥିଲେ ବି ମନୋଜଙ୍କ ପୁନର୍ବାର ସଭାପତି ନଯୁକ୍ତକୁ ହଜମ କରିପାରୁ ନାହାନ୍ତି । ନାମ ପ୍ରକାଶ ନକରିବା ସର୍ତ୍ତରେ ଏହି ପ୍ରତିନିଧିଙ୍କ ସହ ଆଲୋଚନା ବେଳେ କିଛି ନେତା ଯାଜପୁର ଜିଲାରେ କଂଗ୍ରେସ ଅନ୍ୟଦଳର “ବି’ ଟିମ ଭାବେ କାମ କରୁଛି ବୋଲି କହିଥିଲେ । ନେତାଙ୍କ ଏହି କଥା ଡ଼ିସିସି ସଭାପତି ଚୟନକୁ ନେଇ ଅସନ୍ତୋଷ ବାରି ହେଇ ପଡ଼ିଥିଲା । ମନୋଜ ରାଉତ ଜଣେ ଶୃଙ୍ଖଳିତ ନେତା ଏକଥାକୁ ଅସ୍ୱୀକାର କରାଯାଇନପାରେ । କିନ୍ତୁ ଦୀର୍ଘ ୧୨ବର୍ଷ ଧରି ସଭାପତି ପଦରେ ରହିଆସିଥିବା ମନୋଜଙ୍କ ସମୟରେ ଯାଜପୁର ଜିଲାରେ ଦଳ ସ୍ଥିତି ତଳକୁ ତଳକୁ ଯାଇଛି । ଯଦି ଜିଲାରେ କଂଗ୍ରେସର ସ୍ଥିତିର ପୃଷ୍ଠା ଲେଉଟା ଯାଏ ତେବେ ଯାଜପୁରରେ ଏହି ରାଷ୍ଟି୍ରୟ ଦଳର ସ୍ୱତନ୍ତ୍ର ପରିଚୟ ଥିଲା । ଏହି ଦଳର ନେତା ଲୋକସଭାକୁ ନିର୍ବାଚିତ ହେଇ ଯାଉଥିଲେ ଏବଂ ବିଧାନସଭାରେ ମଧ୍ୟ ପ୍ରତିନିଧିତ୍ୱ କରୁଥିଲେ । ୧୯୮୪ ମସିହା ପର୍ଯ୍ୟନ୍ତ ଜିଲାରେ ଦବଦବା ରଖିଥିଲା କଂଗ୍ରେସ । ହେଲେ ପରମୁହୂର୍ତ୍ତରେ ଯାଜପୁର ଏକ ଅଣ କଂଗ୍ରେସ ଗଡ଼ ଭାବେ ଉଭା ହୋଇଛି । ମନୋଜଙ୍କ ସଭାପତତ୍ୱ ସମୟରେ ଦୁଇଥର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇଛି । ହେଲେ ପଞ୍ଚାୟତ ନିର୍ବାଚନରେ ଜିଲାରେ କଂଗ୍ରେସ ପ୍ରଦର୍ଶନ ଆଖି ଦୃଶିଆ ହୋଇନି । ଜିଲାରେ ଗଣ୍ଡା ଗଣ୍ଡା ନେତା ଥିବା ସତ୍ତ୍ୱେ ବି ଆଞ୍ଚଳିକତା ଭିତିରେ କୈାଣସି ସରକାରୀ ବିରୋଧି କାର୍ଯ୍ୟକ୍ରମ କରାଯାଇନି । ସେ ଏବର ସମୟରେ ହେଉ କି ପୂର୍ବର ବିଜେଡ଼ି ସରକାର ସମୟରେ ହେଉ । ପିସିସି ଡ଼ାକରାରେ ଯାହା ଯେତେ ବେଳେ କରିବା କଥା କରିଛି କଂଗ୍ରେସ । ରାଜ୍ୟ ନେତା ଆସିଲେ ଏକାଠି ହେଉଥିବା ନେତା ତୃଣମୂଳ ସ୍ତରରେ ଦଳକୁ ବଳଶାଳି କରିବାକୁ ସକ୍ଷମ ହୋଇ ପାରିନଥିବାରୁ ୨୦୧୭ କୁହ କି ୨୦୨୨ରେ କଂଗ୍ରେସ ଗୋଟିଏ ବି ଜିଲା ପରିଷଦ ଆସନରୁ ଜିତିପାରିଲାନି । ଯଦି ୧୨ ବର୍ଷ ପରେ ପୁଣି ୩ବର୍ଷ ପାଇଁ ସଭାପତି ହୋଇଥିବ ମନୋଜଙ୍କ ଜୋନ ୩୨ ନଂ କଥା କହିବା ତେବେ ଉକ୍ତ ଜୋନରୁ କଂଗ୍ରେସ ପ୍ରାର୍ଥିଙ୍କୁ ୨ହଜାରରୁ କମ ଭୋଟ ମିଳିଥିଲା । ଯେଉଁ ଜୋନଟି ୧୨ବର୍ଷ ପରେ ପୁନରାୟ ସଭାପତି ଚୟନ ହୋଇଥିବା ମନୋଜଙ୍କ ରହିଛି । ତଥାପି ମନୋଜ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ସହ ସୂଚାରୁ ରୂପେ ଦାୟିତ୍ୱ ସମ୍ପାଦନା କରିପାରିଥିବାରୁ ତାଙ୍କୁ ଅବସ୍ଥାପିତ କରାଯାଇଛି ବୋଲି କୁହାଯାଇଛି । ମନୋଜ ଆଗକୁ କେତେ ସଂଗଠନକୁ ସୁଦୃଢ଼ କରି ପାରିବେ ତାହାତ ସମୟ କହିବ, କିନ୍ତୁ ଜିଲାରେ ମନୋଜଙ୍କ ପରି ଦକ୍ଷତା ଥିବା ଭଳି ନେତା ନଥିବା ପିସିସି ଜଣାଇଦେଇଛି । ହୋଇପାରେ ସଭାପତି ପାଇଁ କେହି ଆଗ୍ରହି ହୋଇନଥିବେ କିମ୍ବା ସେମାନଙ୍କ ନାମ ସୁପାରିଶ ହୋଇନଥିବାରୁ ପିସିସି ମନୋଜଙ୍କୁ ନିଯୁକ୍ତ କରିଛି । ତେବେ ସେ ଯାହାବି ହେଉ ନିଯୁକ୍ତିକୁ ନେଇ ମଜୋଜ  ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେ, ବିରୋଧୀଦଳ ନେତା ରାହୁଲ ଗାନ୍ଧି, ଅଖିଳ ଭାରତୀୟ କଂଗ୍ରେସ କମିଟିର ପୂର୍ବତନ ସଭାନେତ୍ରୀ ସୋନିଆ ଗାନ୍ଧି, କେସି ଭେନୁଗୋପାଲ,ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ଓଡିଶା ଦାୟିତ୍ୱରେ ଥିବା ଅଜୟ ଲଲରୁ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ,ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କୁ କୃତଜ୍ଞତା ଜଣାଇଛନ୍ତି ।