ବନ୍ଦିତାଙ୍କ ସମର୍ଥନରେ କଂଗ୍ରେସରେ ମିଶିଲେ ଅନ୍ୟଦଳର କର୍ମୀ
ଯାଜପୁର :କୋରେଇ କଂଗ୍ରେସ ପ୍ରାର୍ଥୀନୀ ବନ୍ଦିତା ପରିଡ଼ାଙ୍କ ସମର୍ଥନରେ ଗୋଳେଇପୁର ପଞ୍ଚାୟତରୁ ଏକାଧିକ ଅନ୍ୟଦଳ ପରିତ୍ୟାଗ କରି କଂଗ୍ରେସରେ ସାମିଲ ହୋଇଛନ୍ତି । କୋରେଇ ନିର୍ବାଚନମଣ୍ଡଳୀର ଅତି ଗୁରୁତ୍ୱପୂର୍ଣ୍ଣ ଗୋଳେଇପୁର ପଞ୍ଚାୟତରୁ ବହୁ ଆଗ ଧାଡିର ବିଜେଡ଼ି ଯୁବ ନେତୃତ୍ୱ-କର୍ମୀ କଂଗ୍ରେସ ଦଳର ଆଦର୍ଶକୁ ପାଥେୟ କରି ବିଧାୟିକା ପ୍ରାର୍ଥୀନୀ ବନ୍ଦିତା ପରିଡ଼ାଙ୍କ ଉପରେ ଆସ୍ଥା ଓ ଭରଷା ରଖି ଦଳରେ ସାମିଲ୍ ହୋଇଥିଲେ । ଏହି ଅବସରରେ ସମସ୍ତ ନବ ମିଶ୍ରିତ ନେତୃତ୍ୱ ମାନଙ୍କୁ ଶ୍ରୀମତୀ ପରିଡ଼ା ପୁଷ୍ପ ଗୁଚ୍ଛ ଓ ଦଳୀୟ ଉତରୀୟ ପିନ୍ଧାଇ ହାତକୁ ହାତ ମିଳାଇ ସ୍ୱାଗତ କରିବା ସହିତ ଦଳର କର୍ମୀ ଓ ସହଯୋଗୀ ମାନଙ୍କୁ ପ୍ରଥମେ ଗଛର ଛାଇ ଭଳି ସୁରକ୍ଷା ଦେବା ମୋର ପରମ କର୍ତବ୍ୟ ଓ ଧର୍ମ ବୋଲି ଦୃଢୋକ୍ତିର ସହ ପ୍ରସଙ୍ଗ ଭିତିରେ ଜବାବ୍ ଦେଇଥିଲେ । ମିଶ୍ରଣ କାର୍ଯ୍ୟକ୍ରମକୁ ବ୍ଲକ କଂଗ୍ରେସ କମିଟି ସଭାପତି ଅକ୍ଷୟ କୁମାର ଜେନା ସଂଚାଳନ କରିଥିବା ବେଳେ କଂଗ୍ରେସ ନେତା ବଟକୃଷ୍ଣ ମହାପାତ୍ର ପ୍ରତାପ ସାହୁ, ଜୟ ପ୍ରକାଶ ମହାନ୍ତି, ଆଲିମ୍ ବେଗ୍, ବସନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ସମାପନ କରାଯାଇଥିଲା । ମିଶ୍ରଣ ପର୍ବରେ ମିର୍ଜା ରିଜୁନ୍ ବେଗ୍, ମିର୍ଜା ରଫ୍ତର ବେଗ୍, ମିର୍ଜା ଆବୁ କାଲାମ ବେଗ୍, ମିର୍ଜା ସିକନ୍ଦର ବେଗ୍, ମିର୍ଜା ଆବୁ ମତଲୁବ୍ ବେଗ୍,ମିର୍ଜା ଟିକୋ ବେଗ୍, ମିର୍ଜା ସବିର୍ ବେଗ୍, ଜମିର୍ଜା ନସଲିମ୍ଉଦିନ୍ ବେଡ୍, ସେକ୍ ସୋକୁତ୍, ମିର୍ଜା ଗୁଲଜାର୍ ବେଗ୍, ମିର୍ଜା ରାଜା, ସେକ୍ ଆଝା,ର୍ ମିର୍ଜା ଅମାଜତ୍, ମିର୍ଜା ଆଲାଉଦିନ୍, ମିର୍ଜା ପଫଟିକମ୍, ମିର୍ଜା ଇବୋ,ସେକ୍ ଆକବର,ସେକ ସର୍ବି, ମିର୍ଜା ୟାସିର, ମିର୍ଜା ଚାନ୍ଦ୍, ଟିକୋ ଖାନ୍, ଚିତରଞ୍ଜନ ମଲିକ ପ୍ରମୁଖ ଭାଗ ନେଇ ମିଶିବା ସହିତ ଚଳିତ ସାଧାରଣ ନିର୍ବାଚନରେ ଗୋଳେଇପୁର ନିର୍ବାଚନ ଫଳାଫଳବନ୍ଦିତା ପରିଡ଼ାଙ୍କ ସପକ୍ଷରେ ନିଶ୍ଚିତ ଯିବ ବୋଲି ଦୃଢୋକ୍ତି ସହ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେଯୁବ କଂଗ୍ରେସ ସଭାପତି ରବି ପ୍ରକାଶ ନାୟକ ଓ ୨ ନମ୍ବର ଜୋନ୍ ସଭାପତି ବିଜୟ ବୋଇତେଇ ସମେତ ପଞ୍ଚାୟତ ଓ ବ୍ଲକ ସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।