ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ରାଣୀ ପଣ୍ଡା ବଢାଇଲେ ସହାୟତାର ହାତ

ବଳଙ୍ଗା : ଶୋକାକୂଳ ପରିବେଶରେ ବଳଙ୍ଗା ପୀଡ଼ିତାଙ୍କ ତାଙ୍କ ବାୟବର ଗାଁରେ ଅନ୍ତିମ ସଂସ୍କାର କରାଯାଇଛି। ଆଜି ସକାଳେ ଇସଲାମ ଧର୍ମ ଅନୁସାରେ, ନମାଜ ପାଠ ପରେ ପୀଡ଼ିତାଙ୍କୁ କବର ଦିଆଯାଇଛି। ସେପଟେ ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ଯାତ୍ରା କୁଇନ୍‌ ରାଣୀ ପଣ୍ଡା। ସେ ପୀଡ଼ିତାଙ୍କ ପରିବାରକୁ ୫୦ ହଜାର ଟଙ୍କା ଦାନ ଦେଇଛନ୍ତି। ଏହି ଅବସରରେ ସେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ, ପୁରୀ ଜିଲା ବଳଙ୍ଗା ପୀଡ଼ିତାଙ୍କୁ ତିନି ଜଣ ଦୁର୍ବୃତ୍ତ ଅପହରଣ କରି ଜୀବନ୍ତ ପୋଡ଼ିଦେଲେ। ତାଙ୍କୁ ପ୍ରଥମେ ଭୁବନେଶ୍ୱର ଏମ୍‌ସ ଓ ପରେ ଦିଲ୍ଲୀ ଏମ୍‌ସ ଅଣାଯାଇଥିଲା ତା’ ଜୀବନ ବଞ୍ଚାଇବା ପାଇଁ। କିନ୍ତୁ ଶନିବାର ରାତିରେ ଦିଲ୍ଲୀ ଏମ୍‌ସରେ ପୀଡ଼ିତା ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଏହାପରେ ମୃତଦେହ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା। ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବଳଙ୍ଗା ଥାନା ଅନ୍ତର୍ଗତ ପେତୃକ ଗାଁ ବାୟାବରର ନୂଆ ଗୋପାଳପୁରକୁ ମୃତଦେହକୁ ନିଆଯାଇଥିଲା। ଏହି ଘଟଣାରେ ପୋଲିସ କାହାର ସମ୍ପୃକ୍ତି ନ ଥିବା ପ୍ରକାଶ କରିଛନ୍ତି। ଏହାକୁ ନେଇ ରାଜନୀତି ଜୋର ଧରିଛି।