କାର ଉଦ୍ଧାର; ଚୋର କୋର୍ଟଚାଲାଣ

 ଦାନଗଦୀ: ଦାନଗଦୀ ମେଡ଼ିକାଲ ପରିସରରୁ ଚୋରି କାରକୁ ଦାନଗଦୀ ଫାଣ୍ଡି ପୁଲିସ ଜବଦ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଟମକା ଥାନା ନଛିପୁରା ଗ୍ରାମର ବିଦ୍ୟାଧର ବିନ୍ଧାଣୀ ହୋଇଥିବା ବେଳେ ଗତ୨୪ତାରିଖ ଅପରାହ୍ନରେ ମେଡିକାଲ ପରିସରରୁ ଫାର୍ମାସିଷ୍ଟ ପ୍ରସନ୍ନ ପଣ୍ଡାଙ୍କ ଓଡ଼ି୩୪ବି-୪୧୧୧ୱାଗନର କାରକୁ ଷ୍ଟାଣ୍ଡରୁ ଚୋରି କରି ନେଇଥିଲା । ଉକ୍ତ ଦିନ ଅପରାହ୍ନ ୪ଟା ସମୟରେ ଫାର୍ମାସିଷ୍ଟ ଶ୍ରୀପଣ୍ଡା କାର ଷ୍ଟାଣ୍ଡରେ ନିଜର କାର ରଖି ମେଡିକାଲ ଭିତରେ ଡୁ୍ୟଟି କରୁଥିଲେ । ଏହିସମୟରେ ସେଠାରେ ଉପସ୍ଥିତ ବିଦ୍ୟାଧର କାର୍ଟିକୁ ନେଇ ସେଠାରୁ ଚମ୍ପଟ ମାରିଥିଲେ । ଫାର୍ମାସିଷ୍ଟ ଶ୍ରୀ ପଣ୍ଡା ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରିଥିଲା । ଲାଗିଥିବା ସିସିଟିଭି ଯାଞ୍ଚରୁ ଅଭିଯୁକ୍ତକୁ ଚିହ୍ନଟ କରିଥିଲା । ଲୁଟେରା ପ୍ରଥମେ କାର୍ଟିକୁ ନିଜ ଘରକୁ ନେଇ ପରେ ଶ୍ୱଶୁର ଘର ରଗଡି ନିକଟ ଜଙ୍ଗଲ ଭିତରେ ଲୁଚାଇ ରଖିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦାନଗଦୀ ଫାଣ୍ଡି ଅଧିକାରୀ ଅମୂଲ୍ୟ ମିଶ୍ର ଗୁରୁବାର ଜଙ୍ଗଲରୁ ଗାଡିଟିକୁ ଜବତ କରିବା ସହିତ ବିଦ୍ୟାଧରକୁ ତାଙ୍କ ଶ୍ୱଶୁର ଘରୁ ଗିରଫ କରିଥିଲା ।