ଦୁଇ ହାତରେ ବୋଲିଂ କରନ୍ତି ୫ କି୍ରକେଟର
ନୂଆଦିଲ୍ଲୀ : କି୍ରକେଟ୍ ଖେଳର ପ୍ରଶଂସକ ଅଧିକ । ଏହି ଖେଳରେ ବହୁ ସମୟରେ ବହୁ ଅଜବ ଘଟଣା ଘଟିଥିବାର ଦେଖିବାକୁ ମିଳିଥାଏ । ଚଳିତ ଆଇପିଏଲରେ ମଧ୍ୟ ବୁହୁ ଅଜବ ଘଟଣା ଦେଖିବାକୁ ମିଳିଛି । ଯେମିତିକି କମ୍ ବଲରେ ଅଧିକ ରନ୍ କରିବା । କମ୍ ରନ୍ ଦେଇ ଅଧିକ ଓ୍ବିକେଟ ନେବା । ହେଲେ ଚଳିତ ଆଇପିଏଲରେ କିଛି ଅଜବ ଦେଖିବାକୁ ମିଳିଥିଲା । ହାଇଦରାବାଦର ସିଂହଳୀ କ୍ରିକେଟର କାମିନ୍ଦୁ ମେଣ୍ଡିସ ଗୋଟିଏ ଓଭରରେ ଦୁଇ ହାତରେ ବୋଲିଂ କରି ସମସ୍ତଙ୍କୁ ଚକିତ କରିଥିଲେ । ତେବେ ଅନ୍ତର୍ଜାତୀୟ କ୍ରିକେଟରେ କେବଳ ମେଣ୍ଡିସ ନୁହେଁ ଏକାଧିକ ବୋଲର ଦୁଇହାତରେ ବୋଲିଂ କରିବାର ଉଦାହରଣ ରହିଛି । ମେଣ୍ଡିସ୍ଙ୍କୁ ବାଦ୍ ଦେଲେ ଭାରତର ଅକ୍ଷୟ କର୍ଣ୍ଣେୱାର, ପାକିସ୍ତାନର ହନିଫ ମହମ୍ମଦ, ଇଂଲଣ୍ଡ ଗ୍ରାହମ ଗୁଚ୍, ଅନ୍ୟତମ ସିଂହଳୀ ଖେଳାଳି ହାସନ ତିଳକରତ୍ନେ ମଧ୍ୟ ପୂର୍ବରୁ ଦୁଇ ହାତରେ ବୋଲିଂ କରିଛନ୍ତି । ମ୍ୟାଚ୍ରେ ବ୍ୟାଟରଙ୍କ ପୋଜିଶନ୍କୁ ଦେଖି ଏହି ଖେଳାଳିମାନେ ବାମ କିମ୍ବା ଡାହାଣ ହାତରେ ବୋଲିଂ କରିଥାନ୍ତି ।