ବଦଳିଲା ୟୁପି, ପଞ୍ଜାବ ଓ କେରଳ ଉପନିର୍ବାଚନ ତାରିଖ

ାା ଏଜେନ୍ସି ।ା ନୂଆଦିଲ୍ଲୀ:  ରାଜନୀତିକ ଦଳର ଅନୁରୋଧକ୍ରମେ ଆଜି ଭାରତୀୟ ନିର୍ବାଚନ କମିଶନ ୧୪ଟି ବଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନ ତାରିଖ ବଦଳାଇ ଦେଇଛନ୍ତି । କେରଳ, ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୪ଟି ବିଧାନସଭା ଆସନରେ ଆସନ୍ତା ୧୩ ତାରିଖରେ ଭୋଟ ଗ୍ରହଣ ହେବାର ଥିଲା । କିନ୍ତୁ ଏବେ ଏଠାରେ ଉପ ନିର୍ବାଚନ ପାଇଁ ମତଦାନ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ ।
ଭୋଟିଂ ତାରିଖ ବଦଳିଥିଲେ ହେଁ ଗଣତି ଓ ଫଳାଫଳ ପ୍ରକାଶ ତାରିଖ ଅପରିବର୍ତ୍ତିତ ରହିଛି । ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସହ ଏହି ସବୁ ଆସନର ଫଳ ନଭେମ୍ବର ୨୩ରେ ପ୍ରକାଶ ପାଇବ । 
ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଲପାଥି ରସ୍ତୋଲସାବମ (ନଭେମ୍ବର ୧୩ରୁ ୧୫), କାର୍ତ୍ତିକ ପୂର୍ଣ୍ଣିମା(ନଭେମ୍ବର ୧୫) ଓ ଶ୍ରୀ ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବ(ନଭେମ୍ବର ୧୫) ଯୋଗୁ ଏହି ୩ ରାଜ୍ୟ ଉସôବ ମୁଖର ରହିବ । ଏସବୁ ଛୁଟି ଦିନ ହୋଇଥିବାରୁ ନିର୍ବାଚନ ତାରିଖ ବଦଳାଇବାକୁ ଏକାଧିକ ରାଜନୀତିକ ଦଳ ପ୍ରସ୍ତାବ ଦେଇଥିଲେ । ଉସôବ ଯୋଗୁ ଭୋଟ ହାର ଉପରେ ମଧ୍ୟ ପ୍ରଭାବ ପଡିପାରେ ବୋଲି ମଧ୍ୟ ଦଳଗୁଡିକ ଆଶଙ୍କା କରିଥିଲେ । ଏବେ ସେମାନଙ୍କ ପ୍ରସ୍ତାବକୁ ଗ୍ରହଣ କରି ନିର୍ବାଚନ କମିଶନ ଭୋଟିଂ ତାରିଖ ବଦଳାଇ ଦେଇଛନ୍ତି । ଆସନ୍ତା ୧୩ ତାରିଖରେ ଉତ୍ତର ପ୍ରଦେଶର ୯ଟି, ପଞ୍ଜାବର ୪ଟି ଓ କେରଳର ଗୋଟିଏ ବିଧାନସଭା ଆସନରେ ଉପ ନିର୍ବାଚନ ହେବାର ଥିଲା । ଏବେ ଏହି ଆସନଗୁଡିକ ପାଇଁ ନଭେମ୍ବର ୨୦ରେ ଭୋଟ ଗ୍ରହଣ ହେବ ।