ମାର୍ଚ୍ଚ ୨୧ରେ ମାଟ୍ରିକ ପରୀକ୍ଷା: ୯୪ କେନ୍ଦ୍ରରେ ୧୫,୫୫୪ ଛାତ୍ରଛାତ୍ରୀ 

ଢେଙ୍କାନାଳ:  ମାଟ୍ରିକ୍ ପରୀକ୍ଷା ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତିକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାରେ ୯୪ଟି  କେନ୍ଦ୍ରରେ ୧୫ ହଜାର ୫୫୪ ଛାତ୍ରଛାତ୍ରୀ  ପରୀକ୍ଷା ଦେବେ । ପରୀକ୍ଷାର ସୁପରିଚାଳନା ପାଇଁ  ପ୍ରତ୍ୟେକ କେନ୍ଦ୍ରରେ ପୁଲିସ ସହ ଅନ୍ୟାନ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ।  ସେଥିପାଇଁ ମଧ୍ୟ ଆନୁସଙ୍ଗିକ କଡାକଡି ବ୍ୟବସ୍ଥା କରାଯାଇଛି । ବୋର୍ଡ ଏବଂ ଜିଲ୍ଲା ପକ୍ଷରୁ ବିଇଓମାନଙ୍କୁ ନେଇ ଗଠିତ ସ୍କ୍ୱାର୍ଡ ପରୀକ୍ଷା କେନ୍ଦ୍ରଗୁଡିକୁ ତଦାରଖ କରିବ । ବିଶେଷକରି ଜିଲ୍ଳାରେ ଚିହ୍ନଟ ହେଇଥିବା ୫୦ଟି ସମ୍ବେଦନଶୀଳ କେନ୍ଦ୍ରଉପରେ ନଜର ରଖାଯିବ । ପରୀକ୍ଷା ପରିଚାଳନା ପାଇଁ ସୁପରିଟେଣ୍ଡେଣ୍ଡ ଭାବେ ନିୟୋଜିତ ହେବାକୁ ଥିବା ଶିକ୍ଷାଅଧିକାରୀଙ୍କୁ ଖୁବଶୀଘ୍ର ତାଲିମ ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଚଳିତବର୍ଷ ଢେଙ୍କାନାଳ ଜିଲ୍ଲାରୁ  ୨୭୦ଟି ଉଚ୍ଚବିଦ୍ୟାଳୟରୁ ୧୫ହଜାର ୪୬୨ଜଣ ରେଗୁଲାର ଏବଂ ୩୧ ଜଣ ଏକ୍ସ ରେଗୁଲାର ଏପରି ୧୫୪୯୩ ଛାତ୍ରଛାତ୍ରୀ ୯୪ଟି  କେନ୍ଦ୍ରରେ  ମାଟ୍ରିକ୍ ପରୀକ୍ଷା ଦେବେ । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୭ ଜଣ ରେଗୁଲାର ଏବଂ ୨୧ଜଣ ବ୍ୟାକ୍ ଦେବାକୁ ଥିବା ଏପରି ୩୮ଜଣ ଛାତ୍ରଛାତ୍ରୀଙ୍କ ପାଇଁ ବଳଭଦ୍ରପୁର ଭାନିରାମ ଉଚ୍ଚ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର କରାଯାଇଛି । ୨୩ ଜଣ କରେସପଣ୍ଡେଣ୍ଟ ଛାତ୍ରଛାତ୍ରୀ ନିଜ ନିଜ ବ୍ଲକ୍ ହେଡକ୍ୱାର୍ଟର ସ୍ଥିତ କେନ୍ଦ୍ରରେ ପରୀକ୍ଷା ଦେବେ । ଜିଲ୍ଲାରେ ଥିବା ୮ଟି ବ୍ଲକ ମଧ୍ୟରୁ ସଦର ବ୍ଲକରେ ୧୬ ଟି ପରୀକ୍ଷାକେନ୍ଦ୍ର ଥିବାବେଳେ ୯ ଟି ସମ୍ବେଦନଶୀଳ କେନ୍ଦ୍ର ଅଛି । ସେହିପରି ଓଡାପଡା ବ୍ଲକରେ୧୩ ଟି ପରୀକ୍ଷାକେନ୍ଦ୍ର ଥିବାବେଳେ, ୮ ଟି ସମ୍ବେଦନଶୀଳ କେନ୍ଦ୍ର, ଗଁଦିଆ ବ୍ଲକରେ ୧୨ଟି ପରୀକ୍ଷାକେନ୍ଦ୍ର ଥିବାବେଳେ, ୭ଟି ସମ୍ବେଦନଶୀଳ କେନ୍ଦ୍ର, ହିନେ୍ଦାଳ ବ୍ଲକରେ ୧୨ଟି ପରୀକ୍ଷାକେନ୍ଦ୍ର ରୁ ୫ଟି ସମ୍ବେଦନଶୀଳ କେନ୍ଦ୍ର, ଭୁବନ ବ୍ଲକରେ ୧୧ଟି ପରୀକ୍ଷାକେନ୍ଦ୍ର ରୁ ୪ ଟି ସମ୍ବେଦନଶୀଳ କେନ୍ଦ୍ର, କାମାକ୍ଷାନଗର ବ୍ଲକରେ୧୨ ଟି ପରୀକ୍ଷାକେନ୍ଦ୍ର ଥିବାବେଳେ, ୩ ଟି ସମ୍ବେଦନଶୀଳ କେନ୍ଦ୍ର,ପର୍ଜଙ୍ଗ ବ୍ଲକରେ ୧୦ ଟି ପରୀକ୍ଷାକେନ୍ଦ୍ର ରୁ ୮ ଟି ସମ୍ବେଦନଶୀଳ କେନ୍ଦ୍ର, କଙ୍କଡାହାହାଡ ବ୍ଲକରେ  ୮ଟି ପରୀକ୍ଷାକେନ୍ଦ୍ର ରୁ  ୬ ଟି ସମ୍ବେଦନଶୀଳ କେନ୍ଦ୍ର ରହିଛି । ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଏବଂ ଢେଙ୍କାନାଳ ଓ କଙ୍କଡାହାଡ ବ୍ଲକ୍ରେ ଅଧିକ ଗୋଟିଏ ଲେଖାଏଁ ସେଣ୍ଟର କରାଯାଇଛି ।  ନୋଡାଲ ସେଣ୍ଟର ଗୁଡିକରେ  ପ୍ରଶ୍ନପତ୍ର ବୁକଲେଟ ସୁରକ୍ଷିତ ଭାବେ ରଖାଯିବ । ପରୀକ୍ଷା ଦିନ ସକାଳୁ ଏହି ପ୍ରଶ୍ନପତ୍ର ସିଟ୍ଗୁଡିକ କଡାସୁରକ୍ଷା ମଧ୍ୟରେ ବିଭିନ୍ନ କେନ୍ଦ୍ରକୁ  ପଠାଯିବ । ନୋଡାଲ ସେଂଟର ଗୁଡିକରେ ୨୪ ଘଣ୍ଟିଆ କଡା ପ୍ରହରା ବ୍ୟବସ୍ଥା ହୋଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧.୩୦ ମିନିଟରେ ସରିବ । ଗଣିତ ପରୀକ୍ଷା ପାଇଁ ୧୫ ମିନିଟ ଅଧିକ ସମୟ ଦିଆଯିବ । ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ମାଟ୍ରିକ୍ ପରୀକ୍ଷା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ, ରାଜ୍ୟ ସ୍କ୍ୱାର୍ଡ, ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ ଏବଂ ଫ୍ଲାଇଂ ସ୍କ୍ୱାର୍ଡ  ବ୍ୟବସ୍ଥା କରାଯାଉଛି ।  ଏଥିସହିତ ବିଇିଓ, ଏବିଇଓ, ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ, ଡାଏଟର ଶିକ୍ଷକମାନଙ୍କୁ ନେଇ ୯୪ଜଣ ଅବଜରଭର ଏବଂ ୯୪ ଜଣ ସୁପରିଟେଣ୍ଡେଣ୍ଡ ଦାୟିତ୍ୱରେ ରହିବେ । ଜିଲ୍ଲାପାଳଙ୍କ ତତ୍ୱାବଧାନରେ  ସ୍ୱତନ୍ତ୍ର ଭାବେ  ପ୍ରଶାସନିକ ସ୍କ୍ୱାର୍ଡ ଗଠନ କରାଯାଇ ପରୀକ୍ଷା କାର୍ଯ୍ୟକ୍ରମ ତଦାରଖ କରିବେ ବୋଲି ଜିଲ୍ଲା ଶିକ୍ଷାଅଧିକାରୀ ବିନିତା ସେନାପତି ସୂଚନା ଦେଇଛନ୍ତି । ୭