ବିଜେଡ଼ି ଧ୍ୱଂସ ହୋଇଯିବ : ପ୍ରଫୁଲ୍ଲ ମାଝୀ
PRAFULLA MAJHI
ଭୁବନେଶ୍ୱର : କ୍ଷମତା ଲୋଭରେ ବିଜେଡ଼ିକୁ ଯାଇଥିବା କଂଗ୍ରେସ ନେତାମାନେ ଏବେ ପସ୍ତେଇବା ଆରମ୍ଭ କରିଛନ୍ତି । ଯାହାର ସଦ୍ୟତମ ଉଦାହରଣ ହେଉଛନ୍ତି ପ୍ରଫୁଲ୍ଲ ମାଝୀ । ପ୍ରଫୁଲ୍ଲ କହିଛନ୍ତିଯେ, ବିଜେଡ଼ି ତାଙ୍କୁ ବହୁ ପ୍ରତିଶ୍ରୁତି ଦେଇ ଦଳକୁ ଆଣିଥିଲା । କିନ୍ତୁ ଗୋଟିଏ ବି ପ୍ରତିଶ୍ରୁତି ପୂରଣ କଲେ ନାହିଁ । ବିଜେଡ଼ିର ଭବିଷ୍ୟତ ନାହିଁ, ଫୋନ୍ କଲେବି ଉଠାନ୍ତି ନାହିଁ । ବିଜେଡ଼ିକୁ ନେତା ନଚଳାଇ ଆଉ ଜଣେ ଚଳାଇଲେ ତାହା ଧ୍ୱଂସ ହୋଇଯିବ । ଲୋକଙ୍କ କାମ କରିବା ପାଇଁ ସେ କଂଗ୍ରେସ ଛାଡ଼ି ବିଜେଡ଼ିକୁ ଆସିଥିଲେ । ଯଦି ତାହା ନହୋଇପାରିଲା, ତେବେ ଏହି ଦଳରେ ରହି କିଛି ଲାଭ ନାହିଁ । ଭକ୍ତ ଦାସଙ୍କର ଦକ୍ଷତା ରହିଛି । ସେ କଂଗ୍ରେସକୁ ପୁର୍ନଜୀବିତ କରିପାରିବେ । ପ୍ରଫୁଲ୍ଲଙ୍କ ଏଭଳି ମନ୍ତବ୍ୟ ଉଭୟ ବିଜେଡ଼ି ଓ କଂଗ୍ରେସ ରାଜନୀତିରେ ଆଲୋଡ଼ନ ସୃଷ୍ଟିକରିଛି । ଗୋଟିଏ ପଟେ ସେ ବିଜେଡ଼ିର ଗୁମର ଖୋଲିଥିବାବେଳେ ଅପରପକ୍ଷରେ ସେ କଂଗ୍ରେସକୁ ଫେରିବା ନେଇ ସଂକେତ ଦେଇଛନ୍ତି ।