ବିଭିନ୍ନ ସ୍ଥାନରେ ଓଡ଼ିଶା ଦିବସ ପାଳିତ : ମାତୃଭାଷାର ସୁରକ୍ଷା, ବିକାଶକୁ ଗୁରୁତ୍ୱ
ଢେଙ୍କାନାଳ: ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ୍ରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦୀପ୍ତି ରଞ୍ଜନ ସେଠି ମୁଖ୍ୟଅତିଥି ଭାବେ ଯୋଗ ଦେଇ ବରପୁତ୍ରମାନଙ୍କ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । ଆମେ ସବୁ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିବା ଭଲ । କିନ୍ତୁ ନିଜ ମାତୃଭାଷା ଓଡ଼ିଆକୁ ଭଲ ପାଇବା ତଥା ତାର ସୁରକ୍ଷା ଓ ବିକାଶ ଦିଗରେ ଚେଷ୍ଟା କରିବା ବିଧେୟ ବୋଲି ମୁଖ୍ୟଅତିଥି ମତପ୍ରକାଶ କରିଥିଲେ । ଶ୍ରୀ ସେଠି କାର୍ଯ୍ୟକ୍ରମରେ ଢେଙ୍କାନାଳ ତଥା ରାଜ୍ୟର ବିକାଶଧାରା ଉପରେ ଆଲୋଚନା କରି ଯୁବପିଢ଼ି, ଛାତ୍ରୀଛାତ୍ରଙ୍କୁ ପାଠ ପଢି ଭଲ ମଣିଷ ହେବା ପାଇଁ ପ୍ରେରଣା ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସକାଳେ ସହର ମଧ୍ୟରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନ ବର୍ତ୍ତନା ଓ ରଟିଣା ପଞ୍ଚାୟତରେ ଓଡିଶା ଦିବସ ପାଳିତ ହୋଇଯାଇଛି । ବର୍ତ୍ତନା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୂର୍ବତନ ସରପଞ୍ଚ ରଘୁନାଥ ପତ୍ରୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରଟିଣା ସମିତିସଭ୍ୟା ଛବିଲତା ମହାପାତ୍ର, ହରିପୁର ସରପଞ୍ଚ ପ୍ରଦୀପ ପର୍ଶୁରାମ ବେହେରା, ବିଜେଡି କର୍ମୀ ମାଧବାନନ୍ଦ ପଣ୍ଡା, ଅଭିମନୁ୍ୟ ରାଉତ, ସୁଶାନ୍ତ ନାୟକ, ସଦାଶିବ ବେହେରା, ରଞ୍ଜିତା ନାୟକ ଓ ସୁଧାକର ଦାସ ପ୍ରମୁଖ ଯୋଗ ଦେଇ ଉକ୍ରଳ ପ୍ରଦେଶ ଗଠନର ବରପୁତ୍ରମାନଙ୍କ ସ୍ମୃତିଚାରଣ କରିଥିଲେ । ସେହିଭଳି ରଟିଣା ପଞ୍ଚାୟତରେ ସରପଞ୍ଚ ବାସନ୍ତୀ ମହାନ୍ତିଙ୍କ ନେତୃତ୍ୱରେ ଉକ୍ରଳ ବିବସ ପାଳିତ ହୋଇ ଯାଇଥିବାବେଳେ ପ୍ରଫୁଲ୍ଲ ମହାନ୍ତି, ସୁରେନ୍ଦ୍ର ବେହେରା, ବାବୁଲି ପାଢୀ, ଅଞ୍ଜନ ମହାପାତ୍ର, ଅତସୀ ଦାସ, ତୁଳସୀ ଦାସ ଓ ସୁଚିସ୍ମିତା ସାହୁ ପ୍ରମୁଖ ବକ୍ତାଭାବେ ଯୋଗ ଦେଇଥିଲେ ।
ବାଲେଶ୍ୱର: ଓଡିଶା ଦିବସ ପାଳନ ଅବସରରେ ବିଜୁ ଜନତା ଦଳ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ପକ୍ଷରୁ ସହରର ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା । ସଦରର ପୂର୍ବତନ ବିଧାୟକ ସ୍ୱରୂପ ଦାସଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ, ମୁ୍ୟନିସିପାଲିଟିର ଉପାଧ୍ୟକ୍ଷ କୈଳାସ ସେଠୀ, ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ରଞ୍ଜନ ବାଗ, ପୂର୍ବତନ ଉପନଗରପାଳ ମନୋଜ ରାଉତ, ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା, ଟାଉନ ସଭାପତି ସନତ ଦାସ, ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଧିରେନ ନାୟକ, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ବିଭୁଦତ୍ତ ପରିଡା, ସଦର ନିର୍ବାଚନ ମଣ୍ଡଳୀ ଯୁବସଭାପତି ସେକ୍ ଅନସର, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡି, କାଉସିଲର ତଥା ଟାଉନ ମହିଳା ସଭାପତି ମୀନା ମହାନ୍ତି, କାଉସିଲର ମିତା ପଟ୍ଟନାୟକ, କବିତା ମୁର୍ମୁ, ମିରାଜ ବାନୋ, ସନ୍ଧ୍ୟାରାଣୀ ଜେନା, ସବିତା ରାଣୀ ଦାସ, ଶଶିରେଖା ମହାନ୍ତି, ସେକ ଆୟୁବ, କାର୍ତ୍ତିକ ସାହୁ, ପୂର୍ବତନ କାଉନସିଲର ଉକôଳ ମହାନ୍ତି, ସାକିର ଖାନ, ଧନଞ୍ଜୟ ଜେନା, ସଂଜୟ ବେହେରା, ବିଶ୍ୱଜିତ ମହାପାତ୍ର, ସାହିରୁଲ ହକ, ନଳିନୀ ରଂଜନ ଦାସ, ରିତିକ ଜୀ, ଅଶୋକ ଆଢ୍ୟ, ଜଗନ୍ନାଥ ମହାରଣା, ଅଶୋକ ଦାସ, ସୁନିଆ ମୃମୁ, ରାଜଲକ୍ଷ୍ମୀ ଚଟାର୍ଜୀ, ଅତୁଲ ଶତପଥୀ, ଅନୁପ ଚାଟ୍ଟାର୍ଜୀ, ଗୌତମ ଦାସ, ଜିତେନ୍ଦ୍ର ଉପାଧ୍ୟାୟ, ଦେବାଶିଷ ଦାଶ ପ୍ରମୁଖ ସାମୂହିକ ମାଲ୍ୟାର୍ପଣ କରିଥିବାବେଳେ ସନ୍ଧ୍ୟାରେ ବାଲେଶ୍ୱର ଫାଣ୍ଡି ଛକରେ ଏକ ସାଧାରଣ ସଭା ବରିଷ୍ଠ ବିଜେଡି ନେତା ରଂଜନ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ପୂର୍ବତନ ସଦର ବିଧାୟକ ସ୍ୱରୂପ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ, ଜିଲ୍ଲା ପରିଷଦ ସଭ୍ୟା ସୋନାଲି ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ରହି ଓଡିଶାର ଗାରିମା ବିଷୟରେ ଆଲୋକପାତ କରିଥିଲେ । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ବେତନଟୀ : ବେତନଟୀ ଚଣ୍ଡୀମନ୍ଦିର ଛକ ସ୍ଥିତ ଉକôଳ ଗୌରବ ମଧୁସୂଦନ ଦାସ ପ୍ରତିମୂର୍ତ୍ତି ନିକଟରେ ବେତନଟୀ ବିଜେପି ପକ୍ଷରୁ ଉକôଳ ଦିବସ ପାଳିତ ହୋଇଯାଇଛି । ୩୫ ନମ୍ୱର ମଣ୍ଡଳ ସଭାପତି ଜୀବନ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫ ନମ୍ୱର ବିଜେପିର କର୍ମକର୍ତ୍ତା ଯୋଗ ଦେଇ ପ୍ରଥମେ ମଧୁବାବୁ ଓ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ରମାକାନ୍ତ ମହାନ୍ତ, ରଣଜୀତ ଗନ୍ତାୟତ, ରବି ନାୟକ, ଯୁବ ସଂଗଠକ ଚନ୍ଦ୍ର ଶେଖର ବେରା, ଦେବବ୍ରତ ପରିଡା, ମନୋରଞ୍ଜନ ରାଉତ, ମନୋଜ ପଣ୍ଡା, ଅରୁପ ରଞ୍ଜନ ଲେଙ୍କା, କେଶବ ଜେନା, ସଂଜୀବ ଜେନା, ଦିପ୍ତିକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ।
ବୈଶିଙ୍ଗା : ବୈଶିଙ୍ଗା ଥାନ ଅନ୍ତର୍ଗତ ଅଁଳା ଗ୍ରାମ ପଞ୍ଚାୟତ ଅଧୀନ ରାଇକମା ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଝାନ୍ସୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଓଡିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା "ବନେ୍ଦ ଉକôଳଜନନୀ’ ବୃନ୍ଦଗାନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆମ "ଉକôଳୀୟ ସଂସ୍କୃତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । "ଆମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ’ଙ୍କ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନଶିକ୍ଷକ ଅଜିତ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇ ଓଡ଼ିଶା ଦିବସ ପାଳନର ମହତ୍ ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଶିକ୍ଷକ ନିରଞ୍ଜନ ବାରିକ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷକ ଶୁଭବନ୍ତ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ରାଇରଙ୍ଗପୁର : ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଠାରେ ଉପଖଣ୍ଡସ୍ତରୀୟ ଓଡିଶା ଦିବସ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ପାଳନ ଅବସରରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାମନଘାଟି ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ଅନ୍ୟାନ୍ୟ ଅଧିକାରୀ ଓ ଛାତ୍ରଛାତ୍ରୀଙ୍କ ଗହଣରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ବରପୁତ୍ର ଓ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ପୂର୍ବାହ୍ନରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ ଯୋଗ ଦେଇଥିବାବେଳେ ସାମ୍ମନ୍ୱିତ ଅତିଥି ଭାବେ ଅତିରିକ୍ତ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରା, ଅତିରିକ୍ତ ଆରକ୍ଷୀ ଅଧିକାରୀ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ତହସିଲଦାର ବିଶ୍ୱନାଥ ବିଶ୍ୱାଳ ତଥା ଅନ୍ୟାନ୍ୟ ପଦାଧିକାରୀ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ପରିଶେଷରେ ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସବୁ ବର୍ଷ ପରି ଓଡିଶା ଦିବସରେ ପ୍ରଦାନ କରାଯାଉଥିବା "ଅଭିନନ୍ଦନ ସ୍ମରଣୀୟ ପୁରସ୍କାର’ ରାଇରଙ୍ଗପୁର ସରକାରୀ ବାଳକ ବିଦ୍ୟାଳୟର ୪ଜଣ ଛାତ୍ରଙ୍କୁ ମମେଣ୍ଟ ପ୍ରଦାନ କରାଯାଇଥିଲା ।