ସମୁଦ୍ରରେ ବଡ଼ ଅଘଟଣ : ଯାତ୍ରୀବାହୀ ଡ଼ଙ୍ଗା ବୁଡ଼ି ୬୮ ଜଣ ପ୍ରବାସୀ ମୃତ

ସମୁଦ୍ର ମଝିରେ ବଡ଼ ଅଘଟଣ। ଗଭୀର ଜଳରାଶି ମଧ୍ୟରେ ଓଲଟି ପଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା।  ଫଳରେ ୬୮ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ୭୪ ଜଣଙ୍କର ମିଳୁନି ପତ୍ତା। ୟେମେନର ଉପକୂଳ ନିକଟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ରବିବାର ଦିନ ସମୁଦ୍ରରେ ଏକ ଡଙ୍ଗା ବୁଡ଼ିଯିବାରୁ ଅତି କମରେ ୬୮ ଜଣ ଆଫ୍ରିକୀୟ ପ୍ରବାସୀ ପ୍ରାଣ ହରାଇଛନ୍ତି। ଜାତିସଂଘ ପ୍ରବାସ ସଂସ୍ଥା କହିଛି ଯେ ଏହି ଘଟଣାରେ ଆହୁରି ୭୪ ଜଣ ନିଖୋଜ ଅଛନ୍ତି। ୟେମେନରେ ଆନ୍ତର୍ଜାତୀୟ ପ୍ରବାସ ସଂଗଠନର ମୁଖ୍ୟ ଅବଦୁସତ୍ତାର ଆସୋଭ ଆସୋସିଏଟେଡ୍ ଏନେଇ ପ୍ରେସକୁ କହିଛନ୍ତି ଯେ ୟେମେନର ଅବୟାନ୍ ପ୍ରଦେଶର ଉପକୂଳରେ ୧୫୪ ଜଣ ଇଥିଓପିଆନ୍ ପ୍ରବାସୀଙ୍କୁ ନେଇ ଏକ ଡଙ୍ଗା ଯାତ୍ରା କରୁଥିବା ସମୟରେ ବୁଡ଼ିଯାଇଛି। ଅବଦୁସତ୍ତାର ଏସୋଏଭ କହିଛନ୍ତି ଯେ ଦୁର୍ଘଟଣାରେ ୧୨ ଜଣ ପ୍ରବାସୀ ବଞ୍ଚିଯାଇଛନ୍ତି। ଖାନଫର ଜିଲ୍ଲାରେ ୫୪ ଜଣ ପ୍ରବାସୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

ଅନ୍ୟ ୧୪ ଜଣଙ୍କ ମୃତ ଦେହ ଭାସିଯାଇଥିବା ବେଳେ ଅନ୍ୟ ଏକ ସ୍ଥାନରୁ ଉଦ୍ଧାର କରାଯାଇଛି। ଏସୋଏଭ କହିଛନ୍ତି ଯେ ଡଙ୍ଗା ଦୁର୍ଘଟଣାରେ କେବଳ ୧୨ ଜଣ ପ୍ରବାସୀ ବଞ୍ଚିଛନ୍ତି ଏବଂ ବାକିମାନେ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ମୃତ ବୋଲି ଅନୁମାନ କରାଯାଉଛି।