କଲେଜରେ ଜାତୀୟସ୍ତରୀୟ ଆଲୋଚନାଚକ୍ର
ଖଇରା: ଜଗନ୍ନାଥ ନାମର ମହିମା ଅବର୍ଣ୍ଣନୀୟ । ଦାସିଆ ବାଉରୀ, ଭକ୍ତ ସାଲବେଗ, ବନ୍ଧୁ ମହାନ୍ତି ଭଳି ଭକ୍ତଙ୍କୁ ବିପଦରୁ ଉଦ୍ଧାର କରିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ, ଶ୍ରୀ ଚୈତନ୍ୟ , ଗୁରୁ ନାନକ, ରାମାନୁଜ ଭଳି ସାଧୁସନ୍ଥ ଓ ଧର୍ମାବଲମ୍ବୀ ମାନେ ପୁରୀଧାମରେ ରହି ଲୀଳା ବର୍ଣ୍ଣନା କରିଯାଇଛି । ଏଣୁ ଜଗନ୍ନାଥ ସଂସ୍କୃତି ଓ ପରମ୍ମରା ଅନ୍ୟଠାରୁ ଭିନ୍ନ ବୋଲି ଖଇରା ମହାବିଦ୍ୟାଳୟରେ ଆୟୋଜିତ ଜାତୀୟ ଆଲୋଚନାଚକ୍ରରେ ଯୋଗ ଦେଇଥିବା ବକ୍ତାମାନେ ଆଲୋକପାତ କରିଛନ୍ତି । ସଂସ୍କୃତ ଓ ପଦାର୍ଥବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଆଲୋଚନାରେ ଶିର୍ଷକ ‘ଜଗତ ଦର୍ଶନେ ଜଗନ୍ନାଥ‘ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା ସଭାପତିତ୍ୱ କରିଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ ପ୍ରଫେସର ସୁରେନ୍ଦ୍ରନାଥ ଦାସ, ପୁରୀ ଚୈତନ୍ୟ ମଠ ର ଭକ୍ତି ପିୟୁସ ଅବଧୂତ ମହାରାଜ ବିଶିଷ୍ଟ ବକ୍ତା ଭାବେ ଜଗନ୍ନାଥ ଦର୍ଶନ ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ କହିଥିଲେ । ପଦାର୍ଥ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଶଶିକାନ୍ତ ପଣ୍ଡା ସ୍ୱାଗତ ଭାଷଣ, ଚିନ୍ମୟୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଡ. ଗୋପବନ୍ଧୁ ମହାପାତ୍ର, ଡ. ଲକ୍ଷ୍ମୀଧର ନାୟକ, ଯୁଗଳ କିଶୋର ଗାହାଣ, ମୁଖ୍ୟକିରାଣୀ ଅକ୍ଷାଂଶୁ ଦଳେଇ, କର୍ମଚାରୀ ତାପସ ଦାଶ, ସୁଶାନ୍ତ ବିଶ୍ୱାଳ ତଥା ସମସ୍ତ ସେବକ ସହଯୋଗ କରିଥିଲେ ।