ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଲହଡି ଖେଳୁଛି ବର୍ଷା ପାଣି

 ଚାନ୍ଦବାଲି: ଅସରାଏ ବର୍ଷାରେ ଉବୁଟୁବୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ  । ବିଶେଷ କରି କମ୍ପୁ୍ୟଟର ସେକ୍ସନରେ ଦୁଇଫୁଟରୁ ଉର୍ଦ୍ଧ୍ୱ ପାଣି ଲହଡି ଖେଳୁଛି  । ସେହି ପାଣି ଭିତରେ ପଶି କାମ କରୁଛନ୍ତି କର୍ମଚାରୀ  । ଦିନ ଦିନ ପାଣି ଜମି ରହିବା ଫଳରେ ନଷ୍ଟ ହେଉଛି ଆସବାବପତ୍ର, ବିଭିନ୍ନ ଦରକାରୀ କାଗଜପତ୍ର , ତା ସହିତ ସାପର ଭୟ  ।  ପାଣିରେ ପଶି କାର୍ଯ୍ୟ କରିବା ଫଳରେ ଜ୍ୱର, ଥଣ୍ଡା ଆଦି ବିଭିନ୍ନ ରୋଗରେ ପଡୁଛନ୍ତି କର୍ମଚାରୀ । ଏଥିପ୍ରତି କାହାରି ଦୃଷ୍ଟି ନାହିଁ ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାର୍ଯ୍ୟରତ କର୍ମଚାରୀ । ତା ସହିତ ବ୍ଲକର ବିଭିନ୍ନ ସ୍କୁଲରୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଏହି କାର୍ଯ୍ୟାଳୟକୁ ପ୍ରତିଦିନ ଆସୁଥିବାବେଳେ ଏପରି ଦୃଶ୍ୟ ଦେଖି ଆସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଏହାର ସମାଧାନ କରିବାକୁ ଦାବି କରିଛନ୍ତି  ।