ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା: ସୁରେଶ ପୂଜାରୀ ରଖିଲେ ପ୍ରତିକ୍ରିୟା

ଭୁବନେଶ୍ୱର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କେଉଁଠି ବେଞ୍ଚ ପ୍ରତିଷ୍ଠା ହେବ ତାହା ଓକିଲ ସଂଘ ସ୍ଥିର କରନ୍ତୁ। ସେମାନେ ନିଜ ଭିତରେ ଆଲୋଚନା କରି ଏହା ସ୍ଥିର କରନ୍ତୁ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ହାଇକୋର୍ଟ ବେଞ୍ଚ କେଉଁଠି ସ୍ଥାପନ ହେବ ସ୍ଥିର କରନ୍ତୁ। ଏନେଇ କେନ୍ଦ୍ର ସରକାରଙ୍କୁ ଏକ ସମନ୍ବିତ ପ୍ରସ୍ତାବ ଦେବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ହାଇକୋର୍ଟ ବେଞ୍ଚ ପାଇଁ ଯଶବନ୍ତ ସିଂହ କମିଶନ ମାପଦଣ୍ଡ ସ୍ଥିର କରିଛନ୍ତି।