ଜିଲ୍ଲାରେ ୧୦ମାସରେ ଘଟିଛି ୩୪୮ ଦୁର୍ଘଟଣା

 ଢେଙ୍କାନାଳ:  ଜିଲ୍ଲାପାଳ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି । ତଥ୍ୟ ଅନୁଯାୟୀ ୨୦୨୪ ଅକ୍ଟୋବର ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୩୪୮ଟି ଦୁର୍ଘଟଣା ଘଟିଥିବା ବେଳେ, ୨୮୮ଜଣ ଆହତ ହୋଇଥିବା ବେଳେ, ୧୬୫ଜଣ ମୃତୁ୍ୟ ବରଣ କରିଛନ୍ତି । କେବଳ ଅକ୍ଟୋବର ମାସରେ ୪୧ଟି ଦୁର୍ଘଟଣା ଘଟିଥିବା ବେଳେ, ୪୦ ଜଣ ଆହତ ଓ ୧୮ ଜଣ ମୃତୁ୍ୟବରଣ କରିଛନ୍ତି । ତେବେ ଜିଲ୍ଲାରେ ଦୁଇଚକିଆ ଯାନରେ ୫୧.୬ ପ୍ରତିଶତ କାର, ଜିପ୍, ଭ୍ୟାନ, ଟ୍ୟାକ୍ସିରେ ୨୩.୪୦ପ୍ରତିଶତ ଟ୍ରକ, ଲରିରେ ୨୨. ୭୦ ପ୍ରତିଶତ ଓ ଅନ୍ୟାନ୍ୟ କାରଣ ଦ୍ୱାରା ୨.୮୩ ପ୍ରତିଶତ ଦୁର୍ଘଟଣା ଘଟିଛି । ଜିଲ୍ଲାରେ ଥିବା ଜାତୀୟ ରାଜପଥରେ କେବଳ ୪୫.୧୧ପ୍ରତିଶତ ଦୁର୍ଘଟଣା ଘଟିଥିବା ବେଳେ ରାଜ୍ୟ ରାଜପଥରେ ୧୭. ୮୧ ପ୍ରତିଶତ ଓ ଅନ୍ୟ ରାସ୍ତାରେ ୩୭. ୦୬ ପ୍ରତିଶତ ଦୁର୍ଘଟଣା ଘଟିଛି । ଆରକ୍ଷୀ ବିଭାଗ ଦ୍ୱାରା ତଥ୍ୟ ଅନୁଯାୟୀ ସଦର ଥାନା ଅଞ୍ଚଳରେ ୨୦୨୪ ବର୍ଷ ଜାନୁଆରୀରୁ ଅକ୍ଟୋବର ପର୍ଯ୍ୟନ୍ତ ସବୁଠି ଅଧିକ ୭୧ଟି ଦୁର୍ଘଟଣା ଘଟିଛି । ତା’ ତଳକୁ ଟାଉନ ଥାନା ଅଞ୍ଚଳରେ ୫୪ଟି, କାମାକ୍ଷାନଗର ଥାନା ଅଞ୍ଚଳରେ ୪୮ଟି ଓ ପରଜଙ୍ଗ ଥାନା ଅଞ୍ଚଳରେ ୩୬ଟି ଦୁର୍ଘଟଣା ଘଟିଛି । ପୂର୍ବ ବର୍ଷର ତଥ୍ୟକୁ ସମୀକ୍ଷା କଲେ ଜିଲ୍ଲାରେ ନଭେମ୍ବର ଓ ଡିସେମ୍ବର ମାସରେ ବଣଭୋଜି ଋତୁ ଥିବାରୁ ଓ ବାହାରୁ ବହୁତ ଲୋକଙ୍କ ସମାଗମ ହୋଉଥିବାରୁ ଏହି ମାସ ମାନଙ୍କରେ ଦୁର୍ଘଟଣା ସଂଖ୍ୟା ବଢିଥିଲା । ୨୦୨୨ ମସିହାରେ ନଭେମ୍ବର ଓ ଡିସେମ୍ବର ମାସରେ କେବଳ ୧୧୬ଟି ଦୁର୍ଘଟଣା ଘଟିଥିବାବେଳେ ୫୮ଜଣ ଆହତ ହୋଇଛନ୍ତି ଓ ୪୪ ଜଣ ପ୍ରାଣ ହରାଇଥିଲେ । ସେହିଭଳି ୨୦୨୩ ମସିହାରେ ନଭେମ୍ବର ଓ ଡିସେମ୍ବର ମାସରେ ୬୮ଟି ଦୁର୍ଘଟଣା ଘଟିଥିବା ବେଳେ ୫୬ଜଣ ଆହତ ହେଇଥିବା ବେଳେ ୩୫ ଜଣ ପ୍ରାଣ ହରାଇଥିଲେ । ତେବେ ପୂର୍ବ ବର୍ଷର ତଥ୍ୟ ଅନୁଯାୟୀ ଏହି ବର୍ଷ ମଧ୍ୟ ବଣଭୋଜି ଋତୁରେ ପର୍ଯ୍ୟଟକ ସଂଖ୍ୟା ବଢିବ । ତେଣୁ ପର୍ଯ୍ୟଟନସ୍ଥଳୀଙ୍କୁ ଯାଉଥିବା ରାସ୍ତାରେ ଅଧିକରୁ ଅଧିକ ଚେକ ପୋଷ୍ଟ କରିବା ସହିତ ପେଟ୍ରୋଲିଙ୍ଗକୁ ଆହୁରି ଅଧିକ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହା ସହିତ ଜାତୀୟ ରାଜପଥରେ ଯେଉଁ ସବୁ ଅଂଶର କାର୍ଯ୍ୟ ସରିଯାଇଛି ସେ ସବୁ ଜାଗା ମାନଙ୍କରେ ସାଇନଏଜ ଲଗାଇବାକୁ ଜିଲ୍ଲାପାଳ ଜାତୀୟ ରାଜପଥ ପ୍ରାଧିକରଣ ନିଦେ୍ର୍ଦଶ ଦେଇଛନ୍ତି । ଏହି କାର୍ଯ୍ୟ ୧୫ଦିନ ମଧ୍ୟରେ ସାରିବାକୁ କହିଛନ୍ତି ଏବଂ ଯେଉଁ ସବୁ ରାସ୍ତାରେ କାର୍ଯ୍ୟ ଚାଲିଛି ସେ ସବୁ ସ୍ଥାନରେ କିଭଳି ଲୋକମାନେ ସୁରକ୍ଷିତ ଯାତାୟତ କରିପାରିବେ ସେ ବିଷୟରେ ଯନôବାନ୍ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଢେଙ୍କାନାଳ ମୁଖ୍ୟ ବସଷ୍ଟାଣ୍ଡରୁ ବସ୍ ବାହାରି ସହରର ବିଭିନ୍ନ ସ୍ଥାନମାନଙ୍କରେ ପୁନଶ୍ଚ ବସ୍ ରଖି ଯାତ୍ରୀ ଉଠାଉଥିବାରୁ ସହରରେ ଟ୍ରାଫିକ ସମସ୍ୟା ହେଉଛି । ତେଣୁ ବସଷ୍ଟାଣ୍ଡ ବ୍ୟତୀତ ଆଉ କେଉଁଠି ବସ ଯାତ୍ରୀ ଉଠାଇ ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ରଙ୍କ ସମେତ ଜିଲ୍ଲା ସଡକ ସୁରକ୍ଷା କମିଟି ସଦସ୍ୟ ଯୋଗ ଦେଇଥିଲେ ।