କାଳୀପୂଜା ପାଳନ ନେଇ ପ୍ରସ୍ତୁତି ବୈଠକ
ଆନନ୍ଦପୁର : ସାର୍ବଜନୀନ କାଳୀପୂଜା କିପରି ଆନନ୍ଦ ଏବଂ ଉଲ୍ଲସର ସହିତ ପାଳନ କରାଯାଇପାରିବ ସେନେଇ ସାର୍ବଜନୀନ କାଳୀପୂଜା କମିଟି ସଭାପତି ଉମେଶଚନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ସ୍ଥାନୀୟ ଦଧିବାମନ ଜୀୟୁଙ୍କ କଲ୍ୟାଣ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଚଳିତବର୍ଷ ଏକ ମାସ ପୂର୍ବରୁ ପଡୁଥିବା ମୁହୁର୍ତରେ ମା ଙ୍କ ମାଟି ଉଠାଯିବ । ମୂର୍ତ୍ତି ନିର୍ମାଣ ପାଇଁ କାରିଗରକୁ ପର୍ଯ୍ୟାପ୍ତ ସମୟ ଦିଆଯିବ । ସେହିପରି ମା ପୂଜା ପରେ ୧୫ ଦିନ ରହିବେ । ଏହି ସମୟରେ ବଡଦାଣ୍ଡକୁ ରଙ୍ଗୀନ ଆଲୋକମାଳରେ ସୁସଜ୍ଜିତ କରାଯିବ । ମାଙ୍କ ଶୁଖିଲା ଭୋଗ ପ୍ରତେକ ଘରେ କିପରି ପହଁଚିପାରିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରବଚନ କାର୍ଯ୍ୟକ୍ରମ କିପରି ହୋଇପାରିବ ସେନେଇ ଉପସ୍ଥିତ ସଦସ୍ୟ ସଭାପତିଙ୍କ ସମ୍ମୁଖରେ ନିଜ ନିଜ ମତ ରଖିଥିଲେ । ସମ୍ପାଦକ ଅଜୟ ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ସଦସ୍ୟ ଶ୍ରୀଧର ଦଳେଇ, ହାଡିବନ୍ଧୁ ଖୁଣ୍ଟିଆ, ସେକ ମଗବୁଲ, ଈଶ୍ୱର ପ୍ରସାଦ ଖୁଣ୍ଟିଆ, ଉମାକାନ୍ତ ନାୟକ, ଗୋପ ପାଣି, ସନ୍ତୋଷ କୁମାର ସି, ଅକ୍ଷୟ ମହାନ୍ତି, ଟୁମା ରାମ, ଇଂ. କିରନ ପାଢ଼ୀ, ହରେକୃଷ୍ଣ ପାତ୍ର, ନାଉଲା ଧଳ, ନୃସିଂହ ରାମ, ଲଲାଟେନ୍ଦୁ ଧୀର, ରାମଚନ୍ଦ୍ର ରାମ, ସୁଦାମ ମଙ୍ଗଳ, ତୋଫାନ ସିଂ, ପ୍ରଦୀପ ହଜାରୀଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସଦସ୍ୟ ନିରାକାର ଦଳେଇ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ ।