୩ ଅଭିଯୁକ୍ତ କୋର୍ଟ ଚାଲାଣ

୩ ଅଭିଯୁକ୍ତ କୋର୍ଟ ଚାଲାଣ


ହିନେ୍ଦାଳ: ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ ରାସୋଳ ଥାନା ଖଲିବୋରେଇ ଗ୍ରାମପଞ୍ଚାୟତ ବିମ୍ବୋରୀ ଗ୍ରାମରେ ଗତ କାଲି ଏକ ମୁଣ୍ଡ ବିହୀନ ନବଜାତ ଶିଶୁ ପୁତ୍ରର ମୃତ ଶରୀରକୁ ପୁଲିସ୍ ଜବତ କରି ତଦନ୍ତ ଜାରୀ ରଖିଥିଲା । ଏହି ଅଭାବନୀୟ ଘଟଣାରେ ରାସୋଳ ପୋଲିସ ଅନୁସନ୍ଧାନକୁ ତ୍ୱରାନ୍ୱ୍ୱିତ କରି ଘଟଣାର ସତ୍ୟାସତ୍ୟ ଖୋଜି ପାଇବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ ଢେଙ୍କାନାଳ ସଦରଥାନା  ଝୁମ୍ପୁଡିଆ ଗ୍ରାମର ଜଣେ ୨୦ବର୍ଷର ଝିଅ  ରାସୋଳ ଥାନା ବିମ୍ବୋରି ଗ୍ରାମରେ ଦୀର୍ଘ ୪ ବର୍ଷ ହେବ ମାମୁଁ ଘରେ ରହୁଥିଲେ । ଘଟଣାରୁ ପ୍ରକାଶ ଯେ, ବିମ୍ବୋରି ଗ୍ରାମର ହରି ଦେହୁରୀ ବୟସ(୬୫),ବଂଧୁଆ ନାଏକ ବୟସ(୨୬), ବିଷ୍ଣୁ ନାଏକ ବୟସ(୧୬) ବର୍ଷ ଏହି ବ୍ୟକ୍ତିମାନଙ୍କ ସହିତ ଅନୈତିକ ସମ୍ପର୍କରେ ଗର୍ଭବତୀ ହୋଇ ପୂର୍ବ ରାତିରେ ଏକ ପୁତ୍ର ସନ୍ତାନକୁ ଜନ୍ମ କରି ଲୋକ ଲଜ୍ଜ୍ୟାକୁ ଡରି ବୁଦା ମୂଳକୁ ଫିଙ୍ଗି ଦେଇଥିଲେ । ଯାହାଫଳରେ ଶିଶୁପୁତ୍ରଟିର ମୁଣ୍ଡକୁ  କୁକୁର ଖାଇଦେଇଥିବାର ଜଣାପଡିଛି ।  ରାସୋଳ ପୋଲିସ ଅନୈତିକ ସମ୍ପର୍କ ରଖିଥିବା ତିନି ଜଣଙ୍କୁ କେସନଂ-୧୦୧/୨୦୨୪ ଧାରା-୩୭୬(୨) କେସ ରୁଜୁ କରି କୋର୍ଟ ·ଲଣ କରିଛି ।