ପେଟର ଚର୍ବି କମ କରିବାର ସହଜ ଉପାୟ

ପେଟର ଚର୍ବି କମ କରିବାର ସହଜ ଉପାୟ

ବନ୍ଧୁଗଣ ଆଜିକାଲି ଅନେକ ଲୋକଙ୍କଠାରେ ଚର୍ବି ସମସ୍ୟା ବହୁଳ ମାତ୍ରାରେ ଦେଖା ଯାଉଛି ।  ଚର୍ବି ଶରୀରରେ ଥିବା ଅର୍ଗାନରେ ମଧ୍ୟ ଜମା ହୋଇପାରେ । ଶରୀରରେ ଚର୍ବି ଜମା ହେବା ହରମୋନ ଇନ ବାଲାନ୍ସ କାରଣରୁ ହୋଇପାରେ । ହରମୋନ ଇନବାଲାନ୍ସ କରିବାକୁ ହେଲେ ଏହି ଚା’ ବହୁତ ଫାଇଦା ପହଞ୍ଚାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଚା’ ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରତିଦିନ ସକାଳୁ ସେବନ କରିଲେ ଚର୍ବି କମିଯିବ । ଆସନ୍ତୁ ଜାଣିବା ସେହି ରିମେଡି କେମିତି ତିଆରି କରିବା ଓ ଏହାର ପ୍ରୟୋଗ କିପରି କରିବା ।

ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ବାରା ଲୋକମାନେ ପ୍ରାୟତଃ ମୋଟାପଣର ଶିକାର ହୁଅନ୍ତି । ଯଦି ଆପଣ ପ୍ରତିଦିନ ବ୍ୟାୟାମ କରନ୍ତି, ତଥାପି ଆପଣ ଆପଣଙ୍କର ଓଜନ ହ୍ରାସ କରିପାରୁନାହାଁନ୍ତି । ତେବେ ଆପଣଙ୍କୁ ଆପଣଙ୍କର ଡାଏଟ୍ ପ୍ଲାନରେ ବିଶେଷ ଧ୍ୟାନ ଦେବାକୁ ପଡିବ। ଆପଣଙ୍କ ସୂଚନା ପାଇଁ, ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆପଣଙ୍କ ଓଜନ ହ୍ରାସ କରିବା ପାଇଁ, ଆପଣ ଆପଣଙ୍କ ଡାଏଟ୍ ପ୍ଲାନରେ କିଛି ହର୍ବାଲ ଚା ସାମିଲ କରିପାରିବେ।

 - ଗ୍ରୀନ୍ ଟି’ ସମ୍ପୁର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି କୁହାଯାଏ। ଯଦି ଆପଣ ଆପଣଙ୍କ ଶରୀରରେ ଜମା ହୋଇଥିବା ଚର୍ବିକୁ ଶୀଘ୍ର ହଟାଇବାକୁ ଚାହାଁନ୍ତି, ତେବେ ଆପଣ ପ୍ରତିଦିନ ଗ୍ରୀନ୍ ଟି ପିଇପାରିବେ। ଆପଣଙ୍କ ଓଜନ ହ୍ରାସ କରିବା ପାଇଁ, ଖାଲି ପେଟରେ କିମ୍ବା ଖାଦ୍ୟ ଖାଇବା ପରେ ଗୋଟିଏ କପ୍ ଗ୍ରୀନ୍ ଟି ପିଅନ୍ତୁ ଏବଂ ମାତ୍ର କିଛି ସପ୍ତାହ ମଧ୍ୟରେ ନିଜେ ଏହାର ପଜିଟିଭ୍ ରେଜଲ୍ଟ ଦେଖିପାରିବେ ।

- ଲେମ୍ବୁ ଏବଂ ଅଦାରେ ମିଳୁଥିବା ସମସ୍ତ ପୋଷକ ତତ୍ତ୍ୱ ପେଟର ଚର୍ବି କମାଇବାରେ ରାମବାଣ ପରି କାମକରେ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମେଦବହୁଳତା ବା ମୋଟାପଣ ହ୍ରାସ କରିବା ପାଇଁ ଲେମ୍ବୁ-ଅଦା ଚା ପିଇବାକୁ ପରାମର୍ଶ ଦିଅନ୍ତି। ଓଜନ ହ୍ରାସ ପାଇଁ, ଆପଣ ସକାଳେ ଖାଲି ପେଟରେ କିମ୍ବା ବ୍ୟାୟାମ କରିବା ପୂର୍ବରୁ ଗୋଟିଏ କପ୍ ଲେମ୍ବୁ-ଅଦା ଚା ପିଇପାରିବେ । କାରଣ ଲେମ୍ବୁ ଭିଟାମିନ ସି ରେ ଭରପୁର ଅଟେ । ଏଥିରେ ବହୁ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ । ଏହା ଲିଭର ଓ ରକ୍ତକୁ ଡିଟକ୍ସି କରିଥାଏ।

 - ପେଟର ଚର୍ବି ଦୂର କରିବା ପାଇଁ, ଆପଣ ପୁଦିନା ଚା ପିଇପାରିବେ। ପୁଦିନାରେ ମିଳୁଥିବା ପୋଷକ ତତ୍ତ୍ବ ଆପଣଙ୍କର ଓଜନ ହ୍ରାସ କରିବାରେ ସହାୟକ ହୁଏ । ଗ୍ରୀଷ୍ମ ଋତୁରେ ପୁଦିନା ଚା ପିଇବା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଅଧିକ ସୁଫଳ ପାଇବା ପାଇଁ, ଖାଦ୍ୟ ପରେ ଆପଣ ପୁଦିନା ଚା ପିଇବା ଉଚିତ।