ହାର୍ଟ ଷ୍ଟ୍ରୋକରୁ ଦୂରେଇ ରହିବାକୁ ଚାହୁଁଛନ୍ତି ? ପିଅନ୍ତୁ ଏହି ଜୁସ୍…
ଖାଦ୍ୟପେୟରେ ଅନିୟମିତତାଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୨-୩ଥର ଡାଳିମ୍ବ ଜୁସ୍ ପିଇଲେ ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ। ଏହା କୋଲେଷ୍ଟ୍ରରଲସ୍ତରକୁ କମାଇଥାଏ। ଡାଳିମ୍ବ ରସ ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ହୁଏ। ଫଳରେ ହାର୍ଟ ଷ୍ଟ୍ରୋକ ହେବାର ଆଶଙ୍କା ମଧ୍ୟ କମ୍ ହୁଏ। ଡାଳିମ୍ବ ଜୁସ୍ରେ ଭିଟାମିନ-ଏ, ସି, ଇ, ଫୋଲିକ ଏସିଡ୍ ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ। ରକ୍ତରେ ଆଇରନ କମ ଥିଲେ ନିୟମିତ ଡାଳିମ୍ବ ରସ ପିଇଲେ ସୁଫଳ ମିଳେ।