ମାରାତ୍ମକ ହୋଇପାରେ ଅଧିକ ଦିନ ଥଣ୍ଡା ଓ କାଶ!

ଦୈନଦିନ ଜୀବନରେ ଥଣ୍ଡା ଏବଂ କାଶ ହେବା ସାଧାରଣ । କିନ୍ତୁ ଯଦି ଏହା ଅଧିକ ଦିନ ଧରି ଲାଗି ରହୁଛି ତେବେ ଅଣଦେଖା କରିବା ଭୁଲ । ଅନେକ ଥର ପାଣିପାଗର ପରିବର୍ତ୍ତନ କିମ୍ବା ସଂକ୍ରମଣ ଯୋଗୁ ଥଣ୍ଡା କାଶ ଲାଗି ରହିଥାଏ । ଥଣ୍ଡା କାଶ ଅଧିକ ଦିନ ଲାଗି ରହୁଥିଲେ ଏହା ବିପଜ୍ଜନକ ହୋଇପାରେ । 

ଥଣ୍ଡା ଓ କାଶ ହେବାର ଅନେକ ପ୍ରକାର କାରଣ ହୋଇପାରେ । ଯେପରିକି କୋଭିଡ ଲକ୍ଷଣ, ସାଧାରଣ ଫ୍ଲୁ ହେଲେ ଥଣ୍ଡା ପରି ଶ୍ୱାସକ୍ରିୟା ସଂକ୍ରମଣ ସବୁଠାରୁ ଅଧିକ ଦେଖାଯାଏ । ନାକ ବନ୍ଦ ହେବା, କାଶ ଲାଗି ରହିବା ଏବଂ ଗଳା ଫୁଲିଯିବା ଭଳି ଲକ୍ଷଣ ଦେଖାଯାଏ । ଯେକୌଣସି ଔଷଧ ଖାଇଲେ ମଧ୍ୟ କାମ କରିନଥାଏ । କିଛି ରୋଗୀଙ୍କୁ ଏହା ମାସେ ଧରି ଲାଗି ରହିଥାଏ । ବାୟୁ ପ୍ରଦୂଷଣ ଏବଂ ଆଲର୍ଜି ଦ୍ୱାରା କାଶ ସବୁବେଳେ ଲାଗି ରହିଥାଏ । ବର୍ତ୍ତମାନ ସମୟରେ ବାରମ୍ବାର ଜଳବାୟୁ ପରିବର୍ତ୍ତନ ମଧ୍ୟ ଏହାର ଆଉ ଏକ କାରଣ ହୋଇପାରେ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।