ହଠାତ୍ ଉଠିପଡ଼ିବା ପରେ ମୁଣ୍ଡ ବୁଲାଇ ଅନ୍ଧାର ଦେଖାଯାଏ,କାହିଁକି ଜାଣନ୍ତୁ

ହଠାତ୍ ଉଠିପଡ଼ିବା ପରେ ମୁଣ୍ଡ ବୁଲାଇ ଅନ୍ଧାର ଦେଖାଯାଏ,କାହିଁକି ଜାଣନ୍ତୁ

କେବେ ବସିଥିବା ସ୍ଥାନରୁ ହଠାତ୍ ଉଠିପଡ଼ିବା ବେଳେ ମୁଣ୍ଡ ଘୂରାଇ ଦେଇ ଅନ୍ଧାରିଆ ଦେଖାଯିବାର ଅନୁଭବ କରିଛନ୍ତି କି?ଯଦି ହଁ, ତେବେ ଏ ରିପୋର୍ଟ ଆବଶ୍ୟକୀୟ ହୋଇପାରେ। କାରଣ ବର୍ତ୍ତମାନ ସମୟରେ ପ୍ରାୟ ଲୋକ ଏପରି ସଙ୍କେତ ଅନୁଭବ କରୁଛନ୍ତି। ତେବେ ଏହାର କାରଣ କଣ ହୋଇପାରେ, କାହିଁକି ବସିବା ସ୍ଥାନରୁ ହଠାତ୍ ଉଠିପଡ଼ିବା ପରେ ଚଉଦିଗ ଅନ୍ଧାର ଦେଖାଯାଏ ଏବଂ ଏହାର ଚିକିତ୍ସା କିପରି କରିବେ, ଜାଣନ୍ତୁ...  

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଅବସ୍ଥାକୁ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ (Orthostatic Hypotension) କୁହାଯାଏ। ଏହାର ଅନେକ କାରଣ ଥାଇପାରେ, ସେଥିମଧ୍ୟରୁ...

ଡିହାଇଡ୍ରେସନ :  ଡାକ୍ତରଙ୍କ କହିବା ଅନୁସାରେ, ରକ୍ତଚାପ ବା ବ୍ଲଡ୍ ପ୍ରସରେ ଦ୍ରୁତଗତିରେ ହ୍ରାସ ପାଇଲେ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ ହୁଏ, ଅର୍ଥାତ୍ ବସିଥିବା ସ୍ଥାନରୁ ହଠାତ୍ ଉଠିପଡ଼ିଲେ ମୁଣ୍ଡ ବୁଲାଇଦିଏ କିମ୍ବା ଅନ୍ଧାରିଆ ଦେଖାଯାଏ। ଏହାର ସବୁଠୁ ମୁଖ୍ୟ କାରଣ ହେଉଛି, ଶରୀରରେ ଜଳୀୟଅଂଶର ଅଭାବ। ଡିହାଇଡ୍ରେସନ କାରଣରୁ ଏହା ହୋଇଥାଏ।

ଔଷଧର ପାର୍ଶ୍ୱ ପ୍ରତିକ୍ରିୟା : କେତେକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଫଳରେ ଏପରି ସଙ୍କେତ ଦେଖା ଦେଇପାରେ। ବିଶେଷକରି, ଡାଇୟୁରେଟିକ୍ସ ଏବଂ ଆଣ୍ଟିହାଇପର୍ଟେନ୍ସିଭ୍ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସ୍ୱରୂପ ରକ୍ତଚାପ ନିୟନ୍ତ୍ରିତ ହୁଏ ନାହିଁ। ଫଳେ ହଠାତ୍ ଠିଆ ହେବା ସମୟରେ ମୁଣ୍ଡ ବୁଲାଇପାରେ।