୩୯୭୯୧ ଖଣ୍ଡ ଭୋଟରେ ଜିତିଲେ ହେମନ୍ତ

hemant soren

୩୯୭୯୧ ଖଣ୍ଡ ଭୋଟରେ ଜିତିଲେ ହେମନ୍ତ

ଭୁବନେଶ୍ୱର : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ବାରହାଇତ ବିଧାନସଭା ଆସନରୁ ୩୯୭୯୧ ଖଣ୍ଡ ଭୋଟରେ ବାଜିମାତ୍‌ କରିଛନ୍ତି  । ହେମନ୍ତଙ୍କୁ ୯୫୬୧୨ ଖଣ୍ଡ ଭୋଟ ମିଳିଥିବାବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଗାମଲିୟେଲ ହେମ୍ବ୍ରମଙ୍କୁ ୫୫୮୨୧ ଖଣ୍ଡ ଭୋଟ୍‌ ମିଳିଛି  । ଅପରପକ୍ଷରେ ଝାଡ଼ଖଣ୍ଡ ଲୋକତାନ୍ତ୍ରିକ କ୍ରାନ୍ତିକାରୀ ମୋର୍ଚ୍ଚାର ପ୍ରାର୍ଥୀ ଥୋମାସ ସୋରେନଙ୍କୁ ମାତ୍ର ୨୧୮୧ ଖଣ୍ଡ ଭୋଟ୍‌ ମିଳିଛି  ।

ଅପରଖଣ୍ଡରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ହେମନ୍ତ ସୋରେନ୍‌ଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ବଡ଼ ସଫଳତା ମିଳିଛି  । ନିର୍ବାଚନରେ ଜେଏମଏମ ଏକାକୀ ୩୪ ଆସନ ହାସଲ କରିଛି  । ଯେତେବେଳେକି ସହଯୋଗୀ କଂଗ୍ରେସକୁ ୧୬ ଓ ଆରଜେଡ଼ିକୁ ମଧ୍ୟ ୪ ଆସନ ମିଳିଛି  । ବହୁତମତ ଠାରୁ ଦଳକୁ ବହୁ ଅଧିକ ଆସନ ମିଳିଛି  । ଯେତେବେଳେକି ବିଜେପିକୁ ୨୧ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି  । ପୁଣିଥରେ ହେମନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି  ।

https://x.com/PTI_News/status/1860296778362552694