ଭାରତୀୟ ଡାକ ବିଭାଗରେ ଆସିଲା ବଡ଼ ନିଯୁକ୍ତି

ଭାରତୀୟ ଡାକ ବିଭାଗରେ ଆସିଲା ବଡ଼ ନିଯୁକ୍ତି

ନୂଆଦିଲ୍ଲୀ,: ଭାରତୀୟ ଡାକ ବିଭାଗ ବମ୍ପର ନିଯୁକ୍ତି ଘୋଷଣା କରିଛି । ଭାରତୀୟ ଡାକ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି । ଇଣ୍ଡିଆ ପୋଷ୍ଟ ପକ୍ଷରୁ ଗ୍ରାମୀଣ ଡାକ ସେବକଙ୍କ ୨୧,୪୧୩ ପଦବୀ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି । ଦଶମ ଶ୍ରେଣୀ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ ପୋଷ୍ଟର ଅଫିସିଆଲ ୱେବସାଇଟ indiapostgdsonline.gov.in ରେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ । ଭାରତୀୟ ଡାକ ବିଭାଗର ଏହି ନିଯୁକ୍ତି ପାଇଁ ପୁରୁଷ ଏବଂ ମହିଳା ଉଭୟ ଆବେଦନ କରିପାରିବେ । ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୩ ମାର୍ଚ୍ଚ, ୨୦୨୫ ପର୍ଯ୍ୟନ୍ତ indiapostgdsonline.gov.in ରେ ଆବେଦନ କରିପାରିବେ।

GDS Recruitment 2025 : ଏହାପରେ ମାର୍ଚ୍ଚ ୬ରୁ ୮ ତାରିଖ ଭିତରେ ଫର୍ମ ସଂଶୋଧନ କରିପାରିବେ। ବୟସୀମା- ଗ୍ରାମୀଣ ଡାକ ସେବକ ପଦବୀ ପାଇଁ, ୩ ମାର୍ଚ୍ଚ, ୨୦୨୫ ସୁଦ୍ଧା ୧୮ ରୁ ୪୦ ବର୍ଷ ଭିତରେ ରହିଥିବା ଜରୁରୀ ଅଟେ । ତେବେ ଏଥିପାଇଁ ଆଶାୟୀଙ୍କୁ କେବଳ ଦଶମ ପାସ କରିଥିବା ଆବଶ୍ୟକ । GDS ନିଯୁକ୍ତି ପାଇଁ, ଜେନେରାଲ, OBC ଏବଂ EWS ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ଆବେଦନ ଫି ଦେବାକୁ ପଡିବ। ଯେତେବେଳେ SC, ST, PWD ଏବଂ ମହିଳାଙ୍କ ପାଇଁ ଆବେଦନ ମାଗଣା। ଆବେଦନ ଫି’ ଅନଲାଇନ ମୋଡ ମାଧ୍ୟମରେ ପୈଠ କରିବାକୁ ପଡିବ ।