୩୦ ଦିନ ଜେଲ୍‌ରେ ରହିଲେ ପଦ ହରାଇବେ ନେତା : କେନ୍ଦ୍ର ସରକାର

୩୦ ଦିନ ଜେଲ୍‌ରେ ରହିଲେ ପଦ ହରାଇବେ ନେତା  : କେନ୍ଦ୍ର ସରକାର

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ କି କୌଣସି ବି ନେତା, ୩୦ ଦିନରୁ ଅଧିକ ଜେଲ୍‌ରେ ରହିଲେ ଯିବ ଆସନ । ସଙ୍ଗୀନ ଆପରାଧିକ ମାମଲାରେ ଗିରଫ ରାଜନେତାଙ୍କ ବିରୋଧରେ କେନ୍ଦ୍ର ସରାକର ଆଣିବାକୁ ଯାଉଛନ୍ତି ନୂଆ ବିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ୩ଟି ବିଲ ଉପସ୍ଥାପନ କରିବେ ।  ଏହି ବିଲ୍‌ରେ ରହିଛି ପ୍ରାବଧାନ , ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ଅବା କୌଣସି ବି ରାଜନେତା ଯଦି ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯାଆନ୍ତି, ତାହାଲେ ତାଙ୍କୁ ପଦ ହରାଇବାକୁ ପଡ଼ିବ । ଯଦି ନେତା ୩୦ରୁ ଦିନ ଅଧିକ ଜେଲ୍‌ରେ ରୁହନ୍ତି କିମ୍ବା ସେମାନଙ୍କୁ ଅତି କମ୍‌ରେ ୫ ବର୍ଷ ଜେଲ୍‌ ଦଣ୍ଡ ବିଧାନ ହୁଏ, ତାହାଲେ ସେହି ନେତାଙ୍କୁ ତାଙ୍କ ପଦରୁ ବହିସ୍କାର କରାଯିବ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ମାସ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ ଷ୍ଟାଲିନ୍ ୨ ମାସ ଜେଲ୍‌ରେ ରହିଥିଲେ ବି ନିଜ ପଦରୁ ଇସ୍ତଫା ଦେଇନଥିଲେ ।