ଜମ୍ମୁକାଶ୍ମୀର କୁଲଗାମରେ ବଡ଼ ଏନକାଉଣ୍ଟର

ଜାମ୍ମୁ କାଶ୍ମୀର କୁଲଗାମରେ ବଡ ଧରଣର ଏନକାଉଣ୍ଟର । କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ଅଧିକାରୀମାନେ କହିଛନ୍ତି ,ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିବା ପରେ ରାତିରେ ସୁରକ୍ଷା ବାହିନୀ ଜିଲ୍ଲାର ବେହିବାଗ ଅଞ୍ଚଳର କାଦରରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇବାରୁ ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ପରିଣତ ହୋଇଥିଲା। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ମିଳିତ ଭାବେ କୁଲଗାମର କାଦରଠାରେ ଅପରେସନ୍ ଆରମ୍ଭ କରିଥିଲେ। ସୈନିକମାନେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଥିଲେ ଏବଂ ଏହାପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା ଆରମ୍ଭ କରିଥିଲେ। ଏକ ସମୟରେ ଦକ୍ଷିଣ କାଶ୍ମୀର ସ୍ଥାନୀୟ ଆତଙ୍କବାଦୀ ସଂଗଠନର ଗଡ଼ ଭାବେ ଜଣା ଏବଂ ଏବେ ଯେଉଁ ଆତଙ୍କବାଦୀ ସେଠାରେ ରହିଛନ୍ତି ସେମାନଙ୍କୁ ଅପରେସନ୍ ଅଲଆଉଟ୍ ଅଧୀନରେ ନିପାତ କରାଯିବ ବୋଲି ଭାରତୀୟ ସେନା କହିଛି ।