କର୍ଣ୍ଣାଟକରେ ଓଡ଼ିଆ ପୁଅଙ୍କୁ ହତ୍ୟା; ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଲା ମୃତଦେହ

 ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ କର୍ଣ୍ଣାଟକରେ ହତ୍ୟା ହୋଇଥିବା ଓଡ଼ିଆ ଯୁବକ ବିଭାସ ନାୟକଙ୍କ ମୃତ ଶରୀର । ବିମାନବନ୍ଦରରେ ପହଞ୍ଚିବ ପରେ ବିଭାସଙ୍କ ମୃତ ଶରୀରକୁ ଶେଷ ଦର୍ଶନ କରିଛନ୍ତି ସମ୍ପର୍କୀୟ । ବିଭାସ ଜଣେ ଉଚ୍ଚଶିକ୍ଷିତ ଯୁବକ ଥିଲେ,ବୁଲିବା ପାଇଁ ବନ୍ଧୁ ମାନଙ୍କ ସାଙ୍ଗରେ କର୍ଣ୍ଣାଟକ ଯାଇଥିଲେ । କର୍ଣ୍ଣାଟକରେ ବିଭାସଙ୍କ ସାଙ୍ଗରେ କିଛି ବିଦେଶିନୀ ମଧ୍ୟ ବୁଲିବା ପାଇଁ ଯାଇଥିଲେ । କିଛି ସ୍ଥାନୀୟ ଯୁବକ ଲୁଟ କରିବା ଉଦ୍ଦେଶ୍ୟରେ ବିଭାସଙ୍କୁ ଟଙ୍କା ମାଗିଥିଲେ । ପରେ ବିଦେଶୀ ପର୍ଯ୍ୟଟକଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଅଟକାଇଥିଲେ ବିଭାସ । ପରେ ସେହି କର୍ଣ୍ଣାଟକ ଯୁବକ ରାଗରେ ବିଭାସଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଭାସଙ୍କ ସମ୍ପର୍କୀୟ । ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ମଧ୍ୟ ପରିବାର ଲୋକେ କରିଛନ୍ତି ।