ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

କୁଏଟ୍ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ ଏହି ଓଡ଼ିଆ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ‘ଜୟ ଜଗନ୍ନାଥ’ କହି ଅଭିନନ୍ଦନ ଜଣାଇଥିଲେ। ତାଙ୍କ ସହ କଥା ହେଲାବେଳେ ମୋଦି ତାଙ୍କ ଜନ୍ମସ୍ଥାନ, ଶିକ୍ଷା ଏବଂ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ବବୁଲ ଗଞ୍ଜାମର ଖଲିକୋଟରେ ପାଠ ପଢ଼ିଥିବାବେଳେ ୧୬ ମାସ ହେଲା ଗଲ୍ଫ ସ୍ପିକ୍ର ଧାତୁ ବିଭାଗରେ କାର୍ଯ୍ୟ କରୁଥିବା ଜଣାଇଥିଲେ। ଓଡ଼ିଶାରେ ବିଶାଳ ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ସୁଯୋଗ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।