ପାକିସ୍ତାନ ଆକାଶରେ ମୋଦୀଙ୍କ ବିମାନ

ପାକିସ୍ତାନ ଆକାଶ ଦେଇ ଉଡ଼ିଲା ମୋଦୀଙ୍କ ବିମାନ । ପ୍ୟାରିସ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ପାକିସ୍ଥାନର ଆକାଶପଥ ବ୍ୟବହାର କରିଛନ୍ତି । ଏନେଇ ପାକ ଗଣମାଧ୍ୟମ ସଂସ୍ଥା ଏଆରୱାଇ ନ୍ୟୁଜ୍ ପକ୍ଷରୁ ଦାବି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ବିମାନ ଶେଖପୁରା, ହାଫିଜାବାଦ, ଚକୱାଲ ଏବଂ କୋହାଟ ଅଞ୍ଚଳ ଦେଇ ଅତିକ୍ରମ କରିଥିବା କହିଛି ପାକ ଗଣମାଧ୍ୟମ ସଂସ୍ଥା । ଆଫଗାନିସ୍ତାନର ଏୟାରସ୍ପେସ୍ ବନ୍ଦ ହେବା ଯୋଗୁଁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ପାକିସ୍ତାନର ଏୟାରସ୍ପେସ୍ ଦେଇ ଯିବାକୁ ଅନୁମତି ଦିଆଯାଇଥିଲା । ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଅନେକ ଥର ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନର ଆକାଶ ସୀମା ବ୍ୟବହାର କରିଛନ୍ତି । ଅଗଷ୍ଟ ୨୦୨୪ରେ, ପୋଲାଣ୍ଡରୁ ଦିଲ୍ଲୀ ଯାତ୍ରା ସମୟରେ ମୋଦିଙ୍କ ବିମାନ ମଧ୍ୟ ପାକିସ୍ତାନର ଆକାଶପଥ ବ୍ୟବହାର କରିଥିଲା । ପୁଲୱାମା ଆକ୍ରମଣ ପରେ ଭାରତ ସହ କୁଟନୈତିକ ସମ୍ପର୍କ ବିଗିଡ଼ିବା କାରଣରୁ ୨୦୧୯ ମସିହାରୁ ଭାରତ ପାଇଁ ନିଜର ବାୟୁସୀମାରେ କଟକଣା ଲଗାଇଥିବା ପାକିସ୍ତାନ ।