ପୁଣି କର୍ମକ୍ଷେତ୍ରକୁ ଫେରିଲେ ୟୁଟ୍ୟୁବର ଆହ୍ଲାବାଦିଆ

ପୁଣି କର୍ମକ୍ଷେତ୍ରକୁ ଫେରିଲେ ୟୁଟ୍ୟୁବର ଆହ୍ଲାବାଦିଆ

ହାସ୍ୟ ଅଭିନେତା ସମୟ ରାଇନାଙ୍କ ସୋ’ ‘ଇଣ୍ଡିଆ ଗଟ୍ ଲାଟେଣ୍ଟ’ରେ ଇଣ୍ଡିଆନ୍ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ଦେଖିବାକୁ ମିଳିଥିଲା ।  ଏହି ସୋ’ରେ ଆହ୍ଲାବାଦିଆ ଏକ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ । ଯାହା ତାଙ୍କ ପାଇଁ ବିବାଦର କାରଣ ସାଜିଥିଲା , ଏହି ବିବାଦ ପରେ ଚାରିଆଡେ ତାଙ୍କର ବିରୋଧ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ସେହି ବିବାଦରେ ଛନ୍ଦି ହୋଇଥିବା ରଣବୀର   ଙ୍କ ନାମରେ ମଧ୍ୟ ଏତଲା ହୋଇଥିଲା  ସେହି ବିବାଦକୁ ନେଇ ତାଙ୍କୁ ସମାଲୋଚନା ହେବା ପାଇଁ ପଡିଥିଲା । ଏହି ବିବାଦ ପରେ ରଣବୀର ଭିଡିଓ ସେୟାର କରି କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ଏବେ ସେ ପୁଣିଥରେ ନିଜର କର୍ମକ୍ଷେତ୍ରକୁ ଫେରିଛନ୍ତି  । ଏଥିସହ ସେ ଏକ ପୋଷ୍ଟ ସେୟାର କରିଛନ୍ତି ସେଥିରେ ସେ ଉଲ୍ଲେଖ କରିଛନ୍ତି ମୋର ବହୁତ କିଛି କହିବାକୁ ଅଛି କିନ୍ତୁ ବର୍ତ୍ତମାନ ନୁହେଁ ।

ଆପଣ ମୋତେ ସାହାସ ଆଉ ଆଗକୁ ବଢିବା ପାଇଁ ଧର୍ଯ୍ୟ ଦେଇଛନ୍ତି ଯାହା ମୋର ମନୋବଳ ଆଗକୁ ବଢାଇବ , ଏଥିସହ ସମସ୍ତ ଶୁଭେଚ୍ଛୁ ମାନଙ୍କୁ ମୋର ଧନ୍ୟବାଦ  । ଆପଣମାନଙ୍କ ସକାରାତ୍ମକ ଚିନ୍ତାଧାରା ମୋତେ ଆଗକୁ ବଢିବା ପାଇଁ ବହୁତ ସହାୟକ ହୋଇଥିଲା ଏଥିସହ ମୁଁ ଓ ମୋ ପରିବାର ଏହି ପ୍ରେରଣା ପାଇ ଆଗକୁ ବଢିଛୁ , ଏହି ସମୟ ମୋ ପାଇଁ ବହୁତ କଷ୍ଟକର ମଧ୍ୟ ରହିଥିଲା  , ଖୋଲାଖୋଲି ଭାବରେ ଧମକ ପାଇବା, ଅନଲାଇନରେ ଘୃଣା ପାଇବା ଭଳି ପରିସ୍ଥିତିର ସାମ୍ନା କରିବା ସହଜ ନଥିଲା। ମୁଁ ଗତ ୧୦ ବର୍ଷ ଧରି ବିରତି ନ ନେଇ ପ୍ରତି ସପ୍ତାହରେ ୨-୩ଟି ଭିଡିଓ ରିଲିଜ୍ କରୁଛି  ।  ଏବେ ମୁଁ ବାଧ୍ୟତାମୂଳକ ବିରତି ପାଇଛି । ସ୍ଥିରତା ସହିତ ବଞ୍ଚିବା ଶିଖିଛି  ।  ଆଗାମୀ ୩୦ ବର୍ଷ ମଧ୍ୟରେ ମୁଁ ଯେତେବେଳେ ବି ବିଷୟବସ୍ତୁ ସୃଷ୍ଟି କରିବି ଅଧିକ ଦାୟିତ୍ୱ ସହିତ ସୃଷ୍ଟି କରିବି । ମୋ କାନ୍ଧରେ କେତେ ବଡ଼ ଦାୟିତ୍ୱ ଅଛି ତାହା ମୁଁ ବୁଝିପାରିଛି । ଟିଆରଏସର ପୁନଃଆରମ୍ଭ ପର୍ଯ୍ୟାୟରେ ଆମକୁ ସମର୍ଥନ କରିଥିବା ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଯେ ମୋତେ ଆଉ ଗୋଟିଏ ସୁଯୋଗ ଦିଅନ୍ତୁ । ଆପଣମାନେ ଏବେ ଜଣେ ନୂଆ ରଣବୀରଙ୍କୁ ଦେଖିବାକୁ ମିଳିବ ।’