ଏହି ୩ଟି ଗଛ ଘରକୁ ଆଣନ୍ତୁ ; ବଦଳିଯିବ ଭାଗ୍ୟ
tree for fortune
ଗଛ ଅମ୍ଳଜାନ ପ୍ରଦାନ କରିଥାଏ। ଖରାପ ବାୟୁକୁ ଅବଶୋଷିତ କରି ଶୁଦ୍ଧ ବାୟୁ ପ୍ରଦାନ କରିଥାଏ। ଗଛକୁ ଘରେ ସବୁଜ ବାତାବରଣ ଓ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ଏହା ଘରର ସୌନ୍ଦର୍ୟ୍ୟକୁ ଦ୍ୱିଗୁଣିତ କରିଥାଏ। ମାତ୍ର ବାସ୍ତୁ ଶାସ୍ତ୍ରରେ ଏପରି କେତେକ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ସୌନ୍ଦର୍ୟ୍ୟ ବୃଦ୍ଧି ସହ ସୁଖଶାନ୍ତି ପ୍ରଦାନ କରିଥାଏ। ଧନର ଅଭାବ ହୋଇନଥାଏ। ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଘରୁ ଅଶାନ୍ତି ଦୂର ହୋଇ ଶାନ୍ତିର ବାତାବରଣ ରହିଥାଏ। ନକରାତ୍ମକ ଶକ୍ତି ଦୂର ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଧଳା ପଳାଶ – ଧନ ସହ ଜଡିତ ସମସ୍ୟା ଲାଗି ରହିଥିଲେ, ଧନ ବୃଦ୍ଧି ପାଇଁ ଧଳା ପଳାଶ ଗଛ ଘରେ ନିଶ୍ଚୟ ଲଗାନ୍ତୁ। ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହି ଫୁଲ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ଖୁବ୍ ପ୍ରିୟ ବୋଲି ମାନ୍ୟତା ରହିଛି। ମା’ଙ୍କୁ ଏହି ଫୁଲ ଅର୍ପଣ କଲେ ପ୍ରସନ୍ନ ହୋଇ ଧନର ଅଭାବ ଦୂର ହୋଇଥାଏ। ଏହି ଗଛ ଘରେ ଥିଲେ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।
ବାଉଁଶ ଗଛ – ଏହି ଗଛକୁ ଉନ୍ନତିର ଗଛ ବୋଲି କୁହାଯାଏ। ଏହା ଘରେ ଥିଲେ ଉନ୍ନତି ପରେ ଉନ୍ନତି ହୋଇଥାଏ। ବାସ୍ତୁ ଅନୁସାରେ ଏହାକୁ ପୂର୍ବ ଦିଗରେ ଲଗାଇପାରିବେ। ଏହି ଗଛ ଲଗାଇବା ପରେ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ।
ତୁଳସୀ – ପ୍ରତ୍ୟେକ ଘରର ଅଗଣାରେ ତୁଳସୀ ଗଛ ଶୋଭା ପାଏ। ଘରର ଅଗଣାରେ ଏହି ଗଛ ରହିଲେ, ସର୍ବଦା ମା’ଲକ୍ଷ୍ମୀଙ୍କ କୃପା ରହିଥାଏ। ଏହାକୁ ପୂର୍ବ ଦିଗରେ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।