ଉପକାରୀ ଘାସ ଗଛ

ଉପକାରୀ ଘାସ ଗଛ

ବିଲ ବାଡିରେ ଅନେକ ପ୍ରକାରର ଘାସ ଦେଖାଯାଏ । ଯାହାକୁ ଜଣେ ସାଧାରଣ ତଥା ଅଦରକାରୀ ଭାବି ହେୟଜ୍ଞାନ କରିଦିଏ ।ଏମିତି ଅନେକ ବଣୁଆ ଘାସକୁ ପ୍ରାୟ ସମସ୍ତେ ଅନାବନା ଘାସ ଭାବି ଉପାଡ଼ି ଫୋପାଡି ଦିଅନ୍ତି। କିନ୍ତୁ, ସେମାନେ ଜାଣି ନ ଥାଆନ୍ତି ଯେ, ଏହିସବୁ ଘାସର  କେତେ ଯେ ଉପକାରୀ ଗୁଣ ରହିଛି । ଏହିକ୍ରମରେ ଏମିତି ଏକ ଘାସ ରହିଛି ଯାହାର ଅନେକ ଔଷଧିୟ ଗୁଣ ରହିଛି। ଏହି ଘାସ କାଶକୁ ଭଲ କରିବାରେ ସାହାଯ୍ୟ କରିବା ସହିତ, ଆଜମା ଏବଂ ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ।

ଆପଣମାନେ ବିଲବାଡିରେ ହେଉଥିବା ଦୁଧି ଘାସ ଦେଖିଥିବେ । ଏହି ବଣୁଆ ଘାସକୁ ଉଦ୍ଭିଦ ବିଜ୍ଞାନରେ ୟୁଫୋର୍ବିଆ ଥାଇମିଫୋଲିଆ ମଧ୍ୟ କୁହାଯାଏ। ଆୟୁର୍ବେଦରେ ବ୍ୟବହୃତ ଅନେକ ଔଷଧ ମଧ୍ୟରୁ ଏହା ଅନ୍ୟତମ। ଯେତେବେଳେ ଏହି ଘାସ କଟାଯାଏ, ସେଥୁରୁ କ୍ଷୀର ବାହାରୁଥିବାରୁ ଏହାକୁ ଦୁଧି ଘାସ ବା କ୍ଷୀର ଘାସ ମଧ୍ଯ କୁହାଯାଏ। ଏହାକୁ ପ୍ରାୟ ସମସ୍ତେ ଅନାବନା ଘାସ ଭାବି ଉପାଡି ଫୋପାଡି ଦିଅନ୍ତି। କିନ୍ତୁ ଏହାର ଅନେକ ଗୁଣ ରହିଛି। ଏହି ଘାସ କାଶକୁ ଭଲ କରିବାରେ ସାହାଯ୍ୟ କରିବା ସହିତ, ଆଜମା ଏବଂ ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ ହୋଇଥାଏ। ଏହା ମଧ୍ୟ ଚୁଟି ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରେ। ଖାଲି ଏତିକି ନୁହେଁ, ମଧୁମେହ ରୋଗୀଙ୍କ ପାଇଁ ଏହା ମଧ୍ୟ ବହୁତ ଲାଭଦାୟକ। ଏହି ଘାସ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହି ଘାସକୁ କାଢା କରି ପିଇବା ଦ୍ୱାରା ମଧୁମେହ ରୋଗୀ ଅନେକ ଲାଭ ପାଆନ୍ତି।

 କାଶକୁ ଭଲ କରିଥାଏ: ପରିବର୍ତ୍ତିତ ପାଗରେ ଲୋକଙ୍କୁ କାଶ ଏବଂ ଥଣ୍ଡା ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। କାଶକୁ ଭଲ କରିବା ପାଇଁ ଏହି ଘାସକୁ ପାଣିରେ ଫୁଟାଇ କାଢା କରି ପିଇବା ଦ୍ୱାରା ଲାଭଦାୟକ ହୋଇପାରେ।

ମଧୁମେହ ରୋଗୀଙ୍କ ପାଇଁ ଲାଭ: ମଧୁମେହ ରୋଗୀଙ୍କ ପାଇଁ ଏହି ଘାସ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ମଧୁମେହ ରୋଗୀମାନେ ଏହି ଘାସର କାଢା ପିଇ ଅନେକ ଲାଭ ପାଆନ୍ତି। ତଥାପି, ଏହାକୁ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଏଥିପାଇଁ ଏହି ଘାସର ୫-୬ ଡାଳକୁ ଦୁଇ କପ୍ ପାଣିରେ ମିଶାଇ ଫୁଟାନ୍ତୁ। ଏହାର କାଢା ପ୍ରସ୍ତୁତ କରନ୍ତୁ, ଏହାକୁ ଛାଣି ପିଅନ୍ତୁ। ଆପଣ ଏହାକୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ପିଇପାରିବେ। ଏହା କରିବା ଦ୍ୱାରା କାଶ ଏବଂ ଥଣ୍ଡା ସମସ୍ୟା ଭଲ ହୋଇପାରେ।

 ଚୁଟିକୁ ଲମ୍ବା ଏବଂ ଚକଚକ୍ କରିଥାଏ: ଚୁଟି ଝଡ଼ିବା ସମସ୍ୟା ପାଇଁ ଆମ ମଧ୍ୟରୁ ଅଧିକାଂଶ ଚାପରେ ଥାଆନ୍ତି। ଏହି ସମସ୍ୟାର ମୁକାବିଲା କରିବା ପାଇଁ ଏହି ଘାସର ରସ ଖୁବ୍ ଉପକାରୀ ହୋଇଥାଏ। ଯଦି ଆପଣଙ୍କ ଚୁଟି ଅତ୍ୟଧିକ ଝଡୁଛି ତେବେ ଏହି ଘାସରେ ତିଆରି ହେୟାର ମାସ୍କ ବ୍ୟବହାର କରନ୍ତୁ ।

ଆଜ୍‌ମା ରୋଗୀଙ୍କ ପାଇଁ ଲାଭ: ଆଜ୍‌ମା ରୋଗୀଙ୍କ ପାଇଁ ଏହି ଘାସ ଖୁବ୍ ଲାଭଦାୟକ ହୋଇପାରେ ଆଜ୍‌ମା ରୋଗୀଙ୍କ ଶ୍ୱାସ ନେବାରେ ଅନେକ ସମୟରେ ଅସୁବିଧା ହୋଇଥାଏ। ଆଜ୍‌ମା ରୋଗୀମାନେ ଏହି ଘାସରେ କାଢା କରି ପିଇବା ଦ୍ୱାରା ଅନେକ ଆରାମ ପାଇପାରିବେ। ଏହାକୁ ଦିନରେ ଦୁଇଥର ଖାଇପାରିବେ।